ଦୁଖ ପାଲଟିଛେ ଧୂଳିଯୋର


ସମ୍ବଲପୁର, ୯।୧୧ (ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପନ୍‌ଚେତ ଧୂଳିଯୋର ଉପରେ ଝରିଆପଡ଼ା ଘାଟନେ ଗୁଟେ ପୁଲିଆ ବନାବାକେ ଅଂଚଲବାସୀ ଦାବି କରିଛନ। ଇ ବାବ୍‌ଦେ ଗୁଟେ ଦାବିପତର ଜିଲାପାଲ ସମର୍ଥ ବର୍ମାକୁଁ ଦିଆଯାଇଛେ। ସେମାନେ ଦାବି ପତରେ ଲେଖିଛନ ଯେ, ଡକରା ପନ୍‌ଚେତ ଆର ବୀର ସିଂ ପନ୍‌ଚେତ ଭିତ୍‌ରେ ଗୁଟେ ଜଂଗଲି ଝରନା ବୁହି ଯାଇଛେ। ଇ ଝରନାର ଗୁଟେ ଫାଲେ ଡକରା ପନ୍‌ଚେତର ଧାଦୁଲୁଇସିଂ, ପୁରୁଣାପାଣି, ବୋଲବଙ୍ଗା, ରଙ୍ଗିଆଟିକ୍ରା ଆର ଟାଙ୍କରପାଲି ବାଗିର ରାଜସ୍ବ ଗାଁ ରହିଛେ। ଆରେଫାଲେ ଡକରା, ବଡମାଳ, ଆମ୍ବକୁନି, ସୂବନପୁର, ବୀରଘାଟ ରାଜସ୍ବ ଗାଁ ରହିଛେ। ପନ୍‌ଚେତ ଅଫିସଟା ଡକରା ଗାଁନେ ଥିବାର ଲାଗି ଯାଦୁଲୁଇସିଂ ଆର ବୋଲବଙ୍ଗା ବାଗିର ଗାଁର ଲୋକ ଯୋର ପାର ହେଇ ପନ୍‌ଚେତ ଅଫିସକେ ଯିବାର ଆଏବାର କରୁଛନ। କାମ ପଡ଼ଲେ ଲୋକ ଜୀବନକେ ପାନିଛଡ଼େଇ ଯୋର ଭିତରେ ଯିବାର ଆଏବାର କରୁଛନ। ବର୍ଷା ଦିନେ ଇ ଗାଁ ମାନେ ଦୀପ ବାଗିର ହେଇଯାଏସି। ସେ ସମିଆରେ ଧୂଲିଯୋର ସେଲେନ ପାନି ଡେଗି ଡାକ୍‌ତରଖାନା, ପନ୍‌ଚେତ ଅଫିସକେ ଯିବାର ଆଏବାର ପୁରା ବଂଦ ହେଇଯାଏସି। ଧୂଳିଯୋରର ଯାଦୁଲୁଇସିଂ ଫାଲେ ପିଲାକର ପଢ଼ବାର ଲାଗି ହାଇସ୍କୁଲ ନାଇଁନ। ସେଥିର ଲାଗି ଇ ଗାଁର ପିଲାମାନେ ଯୋରର ଆରେଫାଲେ ଥିବାର ବୀରଘାଟ କି ଡକରାନେ ଥିବାର ହାଇସ୍କୁଲକେ ଯାଏସନ। ସେଥିର ଲାଗି ଗାଁର ୫୦ନୁ ଅଧ୍‌କା ଛାତ୍ରୀଛାତ୍ର ନିଜର ଜୀବନକେ ପାନିଛଡ଼େଇ ଧୂଳିଯୋର ପାନିରେ ପଶି ଫିଦିନ ପାଠ ପଢ଼ି ଯାଉଛନ। ବର୍ଷା ଦିନେ ବହୁତ ସମିଆନେ ବଢ଼ି ପାନିର ଲାଗି ପିଲାକର ପାଢ଼ପଢ଼ା ବଂଦ ରହେସି। ଆର ଗୁଟେ ହିସାବେ ଯାଦୁଲୁଇସିଂହ, ବୋଲବଙ୍ଗା ଆର ପୁରୁଣାପାଣି ଗାଁ ମେଲେରିଆ ଅଂଚଲ ହିସାବେ ଜନାଶୁନା। ବର୍ଷା ଦିନେ ଧୂଳିଯୋର ଡେଗି ଆରଫାଲେ ଥିବାର ଧମା ଆର ହାତୀବାରି ଡାକ୍‌ତରଖାନାକେ ଯିବାର ଆଏବାର କରିହେସି। ହେଲେ ବର୍ଷା ଦିନେ ଇ ଯୋର ଇମାନକର ଲାଗି ବିପଦ ପାଲଟିସି। ଦେଶ ସ୍ବାଧୀନ ହେବାର ୭୦ ବଛର ବିତିଗଲେ ଭିଲ ଇ ଅଂଚଲ ଦୁର୍ଗମ ହେଇ ପଡ଼ିରହିଛେ। ଅଂଚଲବାସୀ ବାର ବାର ଜିଲା ପର୍‌ଶାସନ ଆର ଜନପର୍‌ତିନିଧି ମାନକୁ ଧୂଳିଯୋର ଉପରେ ଝରିଆପଡ଼ା ଘାଟନେ ଗୁଟେ ପୁଲିଆ ବନାବାର ଲାଗି ଦାବି କରିଆସୁଛନ। ହେଲେ ଦୁଖର କଥା ଆଏଜତକ ତାକର ଦାବି ପୁରନ ନାଇଁ ହେଇପାରବାର। ସେଥିର ଲାଗି ଗୁଟେ ପୁଲିଆ ତିଆର କରାଗଲେ ଅଂଚଲବାସୀ ସୁବିଧା ପାଏତେ ବଲି ଜିଲାପାଲକୁଁ ଗୁହାରି କରିଛନ। ଇଥ୍‌ରେ ଡକରା ପନ୍‌ଚେତ ସମିତି ସଭ୍ୟ ମୟୀସିନୀ ଭୋଇ, ହରେକୃଷ୍ଣ ପ୍ରଧାନ, ନବୀନ କୁମାର ସାଲିମା, ପବିତ୍ର ଭୋଇ, ମନବୋଧ ଡିଲା, ବୃନ୍ଦାବନ ଡିଲା, ଶଶି ମଲ୍ଲିକ, ଇନ୍ଦ୍ରଜିତ ପାଣିଗ୍ରାହୀ, ପ୍ରଗତି ବେହେରା, ସୁକଲ ନେଗି, ଜନାର୍ଦ୍ଧନ ଧରୁଆ, ଉକିଲ ଭୁଏ, ପ୍ରାଣବନ୍ଧୁ ନାଏକ, ବିକ୍ରମ ବେହେରା, ଭକ୍ତବନ୍ଧୁ ପୋଢ଼, ରବି ପୋଢ଼, ବୈକୁଣ୍ଠ ମିର୍ଦ୍ଧା, ଦୁଷ୍ମନ୍ତ ମଲ୍ଲିକ, ନିରାକାର ବେହେରା, ଲିଙ୍ଗ ଡିଲା ପରମୁଖ ଉପସ୍‌ତିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri