ବରଗଡ଼ ଧନୁଯାତ୍ରା ମହୋତ୍ସବ: ଖୁବ୍‌ଶୀଘ୍ର ହେବ କଳାକାର ଚୟନ


ବରଗଡ଼ ଅଫିସ୍‌,୮।୧୧-ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଡିସେମ୍ବର ୨୩ରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ବୁଧବାର ଧନୁଯାତ୍ରା ମହୋତ୍ସବ ସମିତିର ପ୍ରଚାରପ୍ରସାର କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ସକାଶେ ଧନୁଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଧନୁଯାତ୍ରା ପାଇଁ ଖୁବ୍‌ଶୀଘ୍ର କଳାକାର ଚୟନ କରାଯିବ ଏବଂ ଏଥିପାଇଁ ଚୟନ କମିଟି ହିଁ ନିଷ୍ପତ୍ତି ନେବ ବୋଲି ଜିଲାପାଳ ଖଗେନ୍ଦ୍ର କୁମାର ପାଢ଼ୀ ସୂଚନା ଦେଇଥିଲେ। ସେହିପରି ଧନୁଯାତ୍ରା ସମୟରେ ସ୍ମାରକୀ ଭାବେ ସ୍ବାଧୀନତା ସଂଗ୍ରାମର ଝଲକ୍‌ ରଖିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ତୋରଣ, ଆଲୋକ ସାଜସଜ୍ଜା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସାଙ୍ଗକୁ ଅସାମାଜିକ ତତ୍ତ୍ବ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି, ୱାଚ୍‌ ଟାୱାର ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଧନୁଯାତ୍ରାର କଳାକାର, ଦର୍ଶକଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇ ଦେବା ପାଇଁ ଉପଯୁକ୍ତ ସ୍ଥାନରେ ଫାଷ୍ଟ୍‌ ଏଡ୍‌ କେନ୍ଦ୍ର ଖୋଲାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଥିଲା। ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ତହସିଲଦାର ପ୍ରତିଭା ଦୋରାଙ୍କ ସମେତ ପ୍ରଚାର ପ୍ରସାର କମିଟିର ସଭ୍ୟବୃନ୍ଦ ଓ ଗଣମାଧ୍ୟମ ପ୍ରତିନିଧିମାନେ ବୈଠକରେ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri