ରୋଗପୋକରେ ଧାନ ଚାଷ ନଷ୍ଟ: କ୍ଷୟକ୍ଷତି ଆକଳନ ଲାଗି ପହଞ୍ଚିଲେ କୃଷି ଅଧିକାରୀ,ଏଆରଆଇ


ଜୁନାଗଡ,୮।୧୧(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଚଳିତବର୍ଷ ଖରିଫ ଚାଷ ଶେଷ ସମୟରେ ବିପିଏଚ୍‌ (ଚକଡା ରୋଗ)ର ପ୍ରାଦୁର୍ଭାବ ଯୋଗୁ ଶହଶହ ଏକର ଚାଷ ଜମିର ଫସଲ ଉଜୁଡିଯାଇଛି। ବିପିଏଚ୍‌ କବଳରୁ ମୁକ୍ତି ପାଇଁ ଚାଷୀ ବଜାରରୁ ବିଭିନ୍ନ କୀଟନାଶକ ଔଷଧ ଆଣି ଧାନ ଗଛରେ ସିଞ୍ଚନ କଲେ ମଧ୍ୟ ଏହା ଥମିବାର ନାଁ ଧରୁନାହିଁ। ଫଳରେ ଧାନ ଗଛ ସବୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଚାଷୀଙ୍କ ମଧ୍ୟରେ ଏବେ ଚିନ୍ତାର କାରଣ ପାଲିଟିଛି। ଏହି ପରିପ୍ରେକ୍ଷୀରେ ବ୍ଲକର ତଳମଲା ଓ ଆଟିଗାଁ ପଞ୍ଚାୟତରେ ବିପିଏଚ୍‌ ପ୍ରାଦୁର୍ଭାବରେ ଜମିରେ ଉଜୁଡିଯାଇଥିବା ଧାନ ଫସଲର କ୍ଷୟକ୍ଷତି ଆକଳନ କରିବା ପାଇଁ ଜୁନାଗଡ ସହକାରୀ କୃଷି ଅଧିକାରୀ ନୌକେଶ୍ୱର ନାଗ ଓ ସ୍ଥାନୀୟ ଏଆରଆଇ ଜି.ସିଲାଜିତ ପୂର୍ବାହ୍ନରେ ସେଠାକୁ ପହଞ୍ଚିଥିଲେ। ସେଠାରେ ସେମାନେ ନଷ୍ଟ ହୋଇଥିବା ଚାଷର କ୍ଷୟକ୍ଷତି ଆକଳନ କରିଥିଲେ। ଚାଷୀମାନେ ମଧ୍ୟ ବିପିଏଚ୍‌ ଲାଗି ନଷ୍ଟ ହୋଇଥିବା ଧାନ ଚାଷଗୁଡିକୁ କୃଷି ଅଧିକାରୀଙ୍କୁ ଦେଖାଇଥିଲେ। ଏହି ସମୟରେ ସ୍ଥାନୀୟ ଜିଲାପରିଷଦ ସଭ୍ୟ ଯାଜ୍ଞସିନୀ ମହାନନ୍ଦ, ସ୍ଥାନୀୟ ଭିଏଲଡବ୍ଲୁ ରାମଚନ୍ଦ୍ର କୁମ୍ଭାର, କୃଷକ ସାଥି ତାରେଣି ମାଝି, ଦେବରାଜ ଭାଟି, ଚାଷୀ ବିନାୟକ ସାହୁ, ଶଶିକାନ୍ତ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଚାଷୀମାନଙ୍କୁ ନେଇ ମାଟିଆଗୁଣ୍ଡି ପୋକ ଓ ବିପିଏଚର ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri