ଆାର୍ଦଶ ବିଦ୍ୟାଳୟରୁ ଛାତ୍ରୀଛାତ୍ର ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ


ପାଇକମାଳ,୭।୧୧(ଡି.ଏନ୍‌.ଏ.)-ପାଇକମାଳ ଥାନା ଫ୍ରେଜରପୁରସ୍ଥିତ ଓଡ଼ିଶା ଆଦର୍ଶ ସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଗାଡ଼ି ମଙ୍ଗଳବାର ଅପରାହ୍ନ ୪ଟାରେ କେଛୋଦାଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତ ଛାତ୍ରୀଛାତ୍ରଙ୍କୁ ପାଇକମାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୭ଜଣଙ୍କୁ ଛାଡ଼ି ଦିଆଯାଇଛି। ଛାତ୍ର ରାଜେନ୍ଦ୍ର ଶଗରିଆ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ପଦ୍ମପୁର ଉପଜିଲାପାଳ ତପିରାମ ମାଝି ଓ ପାଇକମାଳ ତହସିଲଦାର ଜାନକୀନାଥ ମିଶ୍ର ଡାକ୍ତରଖାନା ଆସି ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ମଙ୍ଗଳବାର ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହେବା ପରେ ଟାଟା ରେଞ୍ଜର ଗାଡ଼ି (ନଂ.-ଓଆର୧୭-କେ୨୬୬୨)ରେ ୮ଜଣ ଛାତ୍ରୀଛାତ୍ର ପାଇକମାଳ ଅଭିମୁଖେ ଫେରୁଥିଲେ। କେଛୋଦାଦର ଗ୍ରାମ ପୂର୍ବରୁ ଥିବା ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri