ଚାଷୀଙ୍କ ହକ୍‌ ପାଇଁ ଧର୍ମଗଡ଼ରେ ଜିଲା କଂଗ୍ରେସର ସମାବେଶ, ଉପଜିଲାପାଳ ଅଫିସ ଘେରାଉ


ଧର୍ମଗଡ଼,୭।୧୧(ଡି.ଏନ୍‌.ଏ.)- ଚକଡ଼ା ପୋକ ଲାଗି କଳାହାଣ୍ଡି ଜିଲାରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ହେଲେ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ ନାହିଁ। ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ସହ ସମସ୍ତ ସହାୟତା ଯୋଗାଇ ଦେବା ଦାବିରେ ଜିଲା କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ନେତୃତ୍ୱରେ ଚାଷୀ ଚିତ୍କାର ସମାବେଶ ସହ ଧର୍ମଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସକାଳ ୧୦ଟାରେ ଧର୍ମଗଡ଼ ବ୍ଲକ ଗୋଡ଼ଭଙ୍ଗା ଗ୍ରାମଠାରୁ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଧାରଣା ଦେବା ସହ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପିସିସି ସଭ୍ୟ ତୁଷାର ପଟ୍ଟଜୋଷୀ, ବରିଷ୍ଠ ନେତା ସରୋଜ ପଣ୍ଡା, ଜିଲା ସମ୍ପାଦକ ଦିଗମ୍ବର ଦୁରିଆ ଯୋଗଦେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ପଶ୍ଚିମ ଓଡ଼ିଶାରେ ଦିନକୁ ଦିନ ଚାଷୀ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି। ନାମକୁମାତ୍ର ସହାୟତା ଘୋଷଣା କରି ଚାଷୀଙ୍କୁ ଉପହାସ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ। ଚାଷୀଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ନ ଦେଲେ ଆଗାମୀ ଦିନରେ ପୁଣି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦାସ ଚେତାବନୀ ଦେଇଛନ୍ତି। ଚକଡ଼ା ପୋକ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ, ଚାଷୀଙ୍କ ସମସ୍ତ କୃଷିଋଣ ଛାଡ଼, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri