ଚାଷୀଙ୍କ ସମସ୍ୟା ସମାଧାନ ଦାବିରେ କଂଗ୍ରେସର ବିଶାଳ ରାଲି, ବରଗଡ଼ ଜିଲାପାଳ ଅଫିସ ଘେରାଉ


ବରଗଡ଼ ଅଫିସ,୭।୧୧- ୬ ଦଫା ଦାବି ନେଇ ବରଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଫସଲହାନି ଜନିତ ଚାଷୀ ଆତ୍ମହତ୍ୟାକୁ ସରକାର ସ୍ବୀକାର କରିବା, ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ, ପରିବାରକୁ ଥଇଥାନ, ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା କରିବା, ଜାତୀୟ କରଣ, ଘରୋଇ ଓ ସମବାୟ ସଂସ୍ଥାରୁ ଚାଷୀ ନେଇଥିବା କୃଷିଋଣ ଛାଡ଼, ଉଠା ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍‌ ଯୋଗାଣ, କ୍ଷତିଗ୍ରସ୍ତ ଭାଗଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ, ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩ ଶହ ଟଙ୍କା ବୋନସ ପ୍ରଦାନ ଆଦି ଦାବିଗୁଡ଼ିକ ମଧ୍ୟରେ ପ୍ରମୁଖ। ଏହି ବିକ୍ଷୋଭରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବାଚସ୍ପତି କିଶୋର ପଟେଲ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ସାଧୁ ନେପାକ, ନିହାର ରଞ୍ଜନ ମହାନନ୍ଦ, ଜିଲା କଂଗ୍ରେସ କମିଟି ସଭାପତି ଅନନ୍ତ ପାଢ଼ୀ, ପ୍ରଦେଶ କିଶାନ ସେଲ୍‌ ସଭାପତି ଅମିୟ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ଶେଷରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। କଂଗ୍ରେସ ନେତା ଓ କର୍ମୀମାନେ ଜିଲାପାଳଙ୍କ ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri