କ୍ଷତିପୂରଣ ଦାବିରେ ୮ଘଣ୍ଟା ରାସ୍ତା ଅବରୋଧ କଲେ ଚାଷୀ


ଗଣ୍ଡତୁରୁମ, ୬।୧୧(ଡ଼ି.ଏନ.ଏ)-ଭେଡ଼େନ ବ୍ଲକ ମହୁଲପାଲି ଛକରେ ସୋମବାର ମହୁଲପାଲି ଓ ସିଆଲଖଣ୍ଡହଥା ପଞ୍ଚାୟତର ଚକଡ଼ା ପୋକ କ୍ଷତିଗ୍ରସ୍ତ ଚାଷୀ ୫ଦଫା ଦାବି ନେଇ ରାସ୍ତା ଅବରୋଧ କରିଥିଲେ। ଫଳରେ ସକାଳ ୬ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୋଡ଼ଭଗା-ବିନିକା ରାସ୍ତାରେ ଯାତାୟାତ ବନ୍ଦ ରହିଥିଲା। ଖବର ପାଇ ଭେଡ଼େନ ତହସିଲଦାର କୁଳମଣି ରଣବିଡ଼ା, ଅତିରିକ୍ତ ତହସିଲଦାର ହରିଓମ୍‌ ଭୋଇ, ଆଇଆଇସି ତାରାଜସ୍ମିନ ଗୁଡ଼ିଆ ଏକ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଜିଲାପାଳ ନ ଆସିବା ପର୍ଯ୍ୟନ୍ତ ରାସ୍ତାରୋକୋ ପ୍ରତ୍ୟାହାର ନ କରିବାକୁ ଚାଷୀମାନେ ଅଡ଼ି ବସିଥିଲେ। ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭେଡ଼େନ ବିଡ଼ିଓ ଅଜୟ ତିୱାରୀ, ବରଗଡ଼ ଏସ୍‌ଡିପିଓ ସୁରେଶ ନାଏକ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ଜିଲାର ୧୧ଟି ବ୍ଲକର ଚାଷୀମାନଙ୍କୁ ଏହି କ୍ଷତିପୂରଣ ରାଶି ମିଳିବ ବୋଲି ସେମାନେ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ପ୍ରତ୍ୟାହାର ହୋଇଥିଲା।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri