୧୦ ବର୍ଷ ହେଲା ଶିଶୁଙ୍କ ଅଧିକାରକୁ ଛିନ୍ନ କରିଛି ପ୍ରଶାସନ


ନୂଆପଡା ଅଫିସ/କୋମନା,୫। ୧୧- ୨୦୦୦ମସିହାରୁ ନୂଆପଡା ଜିଲା ଖଡିଆଳ ଏବଂ କୋମନା ବ୍ଲକର ମଧ୍ୟସ୍ଥଳରେ ନିର୍ମାଣ ଚାଲିଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ପ୍ରକଳ୍ପ କାମ ସଂପୂର୍ଣ୍ଣ ହେବାରେ ଯେତିକି ବିଳମ୍ବ ହେଉଛି ଏଠିକାର ବାସିନ୍ଦା ଦିନକୁ ଦିନ ସେତିକି ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରକଳ୍ପ ଅଞ୍ଚଳରେ ବାସଚ୍ୟୁତ ହେଉଥିବା ଅଧିବାସୀମାନେ ସେମାନଙ୍କର ପ୍ରାପ୍ୟ ପାଇବାରେ ବିଳମ୍ବ ହେଉଥିବା ହେତୁ ଘର ଛାଡି ଯାଉନାହାନ୍ତି। ହେଲେ ସରକାର ଏହି ଅଞ୍ଚଳରୁ ଶିକ୍ଷା, ସାମାଜିକ ସୁରକ୍ଷା ଭଳି କାର୍ଯ୍ୟକ୍ରମକୁ ଅପସାରଣ କରିନେଉଛନ୍ତି। ଫଳରେ ଶହଶହ ଶିଶୁ ଯୋଜନାରୁ ବଞ୍ଚିତ ରହିଛନ୍ତି। କୋମନା ବ୍ଲକର ସଂପୂର୍ଣ୍ଣ ବୁଡି ଗ୍ରାମ କାଳିମାଟିରେ ଅଦ୍ୟାବଧି ୭୪ପରିବାର ବସତି କରି ରହୁଥିବାବେଳେ ସେମାନଙ୍କର ୪୫ରୁ ଉର୍ଦ୍ଧ୍ୱ ଶିଶୁ ରହିଛନ୍ତି। ହେଲେ ସେଠିକାର ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ରକୁ ୨୦୦୮ମସିହାରୁ ବନ୍ଦ କରିଦିଆଯାଇଥିବାରୁ ଶିଶୁ ଅଧିକାର କ୍ଷୁର୍ଣ୍ଣ ହୋଇଛି । ବୁଡି ଅଞ୍ଚଳ ତରଫରୁ ଏହି ଅଭିଯୋଗ ଆଣିଛନ୍ତି ମାନବାଧିକାର କର୍ମୀ ପ୍ରଫୁଲ୍ଲ ସାମନ୍ତରା । ଏଠିକାର ପରିସ୍ଥିତି ଦେଖିବାକୁ ସାମନ୍ତରା ରବିବାର ନୂଆପଡା ଜିଲା ଗସ୍ତରେ ଆସି କାଳିମାଟି ଗାଁରେ ଅପରାହ୍ନ ୩ଟାବେଳେ ପହଞ୍ଚତ୍ ଥିଲେ । ସେଠାରେ ପ୍ରତି ପରିବାରକୁ ଯାଇ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ୧୦ ବର୍ଷ ହେଲା ପିଲାମାନେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି। ଫଳରେ ସେମାନେ ଶିକ୍ଷା ଅଧିକାର ଆଇନରୁ ବଞ୍ଚିତ ରହୁଛନ୍ତି ବୋଲି ପ୍ରମାଣ ମିଳିଛି। କାଳିମାଟି ଗାଁର ସାହୁପଡା ସ୍କୁଲରେ ପ୍ରଥମରୁ ୫ମ ଶ୍ରେଣୀ ଯାଏଁ ରହିଥିଲାବେଳେ କାଲିମାଟି ବଡମରା ପଡା ପ୍ରାଥମିକ ସ୍କୁଲରେ ପ୍ରଥମରୁ ତୃତୀୟ ଶ୍ରେଣୀଯାଏଁ ପାଠପଢା ଚାଲୁଥିଲା । ସ୍କୁଲ ବନ୍ଦ ହୋଇଯିବା ପରଠାରୁ ପିଲାମାନଙ୍କ ସ୍କୁଲବସ୍ତାନୀରେ ଡୋରି ପଡିଯାଇଛି । ଏମାନେ ପାଠ ପଢା ସହ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ରହୁଥିବାବେଳେ ଶିଶୁମାନେ ଅଙ୍ଗନୱାଡି ସୁବିଧାରୁ ବାଦ ପଡିଛନ୍ତି। ଏହି ଅଞ୍ଚଳ ପ୍ରତି ଘୋର ଅନ୍ୟାୟ ହୋଇଛି । ଏହା ଉପରେ ଜିଲା ପ୍ରଶାସନ ଏବଂ ଓଡିଶା ସରକାର ତୁରନ୍ତ ବିଚାର ନ କଲେ ଆଗାମୀ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ସାମନ୍ତରା ଖବରଦାତାମାନଙ୍କୁ କହିଛନ୍ତି। ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଶିଶୁ କଲ୍ୟାଣ ସମିତିର ସଦସ୍ୟ ଡ. ଫଣିନ୍ଦମ ସିଂ ଦେଓ, ମାନବାଧିକାର ସେଲର ବିଷ୍ଣୁ ପ୍ରସାଦ ଶର୍ମା, ପୁରୁଷୋତ୍ତମ ଠାକୁର, ସାମାଜିକ କର୍ମୀ ନୀଳ ପ୍ରଧାନ, ପଦ୍ମଲୋଚନ ବର୍ମା ପ୍ରମୁଖ ସାମିଲ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri