ଚମ୍ପାଫଳ ଖାଇ ଛାତ୍ର ଗୁରୁତର, ଡାକ୍ତର ନିଜ କାରରେ ବୁର୍ଲା ନେଲେ


ବୁର୍ଲା, ୫।୧୧ (ଡି.ଏଡ଼.ଏ.)- ୯ ବର୍ଷର ଛାତ୍ର ଜଣେ କୌଣସି କାରଣରୁ ଚମ୍ପା ଫଳ ଖାଇ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ଚିକିତ୍ସା କେନ୍ଦ୍ରର ଡାକ୍ତର ନିଜ କାରରେ ନେଇ ବୁର୍ଲା ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି। ବୁର୍ଲା ମେଡିକାଲ କଲେଜର ଶିଶୁ ବିଭାଗର ବେଡ୍‌ ନଂ-୮ରେ ଚିକିତ୍ସିତ ହେଉଥିବା ଏହି ଛାତ୍ର ଜଣକ ହେଲେ ଶୁଭମ ଗୁଚ୍ଛେର (୯)। ବରଗଡ ଜିଲା ସୋହେଲାରେ ଶୁଭମଙ୍କ ଘର। ଶନିବାର ଅପରାହ୍ନରେ କୌଣସି କାରଣରୁ ନେଇ ସେ ଚମ୍ପା ଗଛର ଫଳ (ମଞ୍ଜି) ଖାଇ ଦେଇଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ନେଇ ନିକଟସ୍ଥ ସୋହେଲା ମେଡିକାଲରେ ଭର୍ତ୍ତି କରିଥିଲେ। ଶୁଭମଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଦେଖି ମେଡିକାଲରେ ଡ୍ୟୁଟିରେ ଥିବା ଡାକ୍ତର ଶଙ୍କର ରାମଚନ୍ଦାନୀ ତୁରନ୍ତ ଚିକିତ୍ସା କରିଥିଲେ। ପେଟ ସଫା କରିବା ସହ ଇସିଜି କରିଥିଲେ। ହେଲେ ଏହା ପରେ ଶୁଭମଙ୍କ ହୃଦ୍‌ସ୍ପନ୍ଦନରେ ବ୍ୟତିକ୍ରମ ଦେଖା ଦେଇଦେଇଥିଲା। ସେତେବେଳକୁ ଡାକ୍ତର ଜଣକ ଶୁଭମଙ୍କୁ ବୁର୍ଲା ନେବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ଆମ୍ବୁଲାନ୍ସ ଆସିବାକୁ ସମୟ ଲାଗୁଥିବାରୁ ଶୁଭମଙ୍କ ପାଇଁ ଗୋଟିଏ ମୂହୁର୍ତ୍ତ ବି ମୂଲ୍ୟବାନ ଥିଲା। ଏଣୁ ଡ୍ୟୁଟି ସାରି ବୁର୍ଲା ଫେରୁଥିବା ଡାକ୍ତର ରାମଚନ୍ଦାନୀ ରୋଗୀକୁ ନିଜ କାରରେ ଉଠାଇଥିଲେ। ସାଙ୍ଗର ଶୁଭମଙ୍କ ମା’ ମାଇଁ, ଆଈ, ଓ ଅନ୍ୟ ଜଣେ ଥିଲେ। ରାତି ୮ଟାରେ ବୁର୍ଲା ମେଡିକାଲରେ ପହଞ୍ଚତ୍ବା ପରେ ଶିଶୁ ବିଭାଗରେ ଶୁଭମ୍‌ଙ୍କୁ ଡାକ୍ତର ରାମଚନ୍ଦାନୀ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିବାରୁ ଓ ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ଶୁଭମର ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଡାକ୍ତର ରାମଚନ୍ଦାନୀ ବୁର୍ଲା ମେଡିକାଲ ଶିଶୁ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ, ପିଜୁଳି ଭାବି ଶୁଭମ୍‌ ଏହି ଚମ୍ପା ଫଳକୁ ଖାଇ ଦେଇଥିଲେ ବୋଲି କହିଥିଲେ। ହେଲେ ତାଙ୍କ ମା’ କହିଛନ୍ତି ଯେ, ସେ କୌଣସି କଥାକୁ ନେଇ ତାଗିଦ୍‌ କରିବାରୁ ଶୁଭମ୍‌ ଏଭଳି କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri