ଖତ ଖାଉଛେ ୧୫ ଲକ୍ଷର ଉଦ୍ୟାନ ଭବନ


କେସିଙ୍ଗା, ୫।୧୧ (ଡି.ଏନ.ଏ.): କେସିଙ୍ଗା ବ୍ଲକର ୨୬ଟା ପନ୍‌ଚେତର ଚାଷୀମାନ୍‌କୁ କମ୍‌ ଦାମରେ ଚାରା ଯୁଗେଇ ଦେବାରଲାଗି ବ୍ଲକର ଚିଚର୍ଲା ଗଁ।ନେ ଗୁଟେ ଉଦ୍ୟାନ ଭବନ ତିଆର କରାଯାଇଛେ। ଇ ଉଦ୍ୟାନ ଭବନନେ ଭିନେ ଭିନେ ପରକାରର ଚାରା ବାହାର କରାଯାଏସି। ଇ ଚାରାମାନକର ଭିତ୍‌ରେ ଲେମ୍ବୁ, ଆମ୍‌ ଆର ଭିନେ ଭିନେ କିସମର ସଉଖିନ ଗଛ ରହିଛେ। ଇଥିର ଲାଗି ଦୁଇଟା ସେଡ଼ ତିଆର କରାଯାଇଛେ। ଉଦ୍ୟାନ ବିଭାଗର ନିଜର ଅଫିସ ଘର ନାଇଁଥିବାର ଲାଗି ବିଭାଗ ତରଫୁ ୧୫ ଲକ୍ଷ ଟଁକା ଖରଚନେ ଗୁଟେ ଉଦ୍ୟାନ ଭବନ ତିଆର କରାଯାଇଛେ। ଇ ଉଦ୍ୟାନ ଭବନ ତିଆର କରବାର ଲାଗି କେସିଙ୍ଗାର ଝନେ ଠିକାଦାରକୁଁ ଦିଆଯାଇଛେ। ହେଲେ ସେ ଆର ଝନେ ଠିକାଦାରକୁଁ କାମ ଦେଇ ଦେଇଛନ। ଉଦ୍ୟାନ ଭବନ ତିଆରି କାମ ୨୦୧୬ ନଭେମ୍ବରନୁ ମୂଲ ହେଇ ଜୁନ ୨୦୧୭ ରେ ସରିଛେ। ଇ ଭିତ୍‌ରେ କାମ ଶେଷ ହେବାର ୬ ମାସ ଗଡ଼ିଗଲାନ ହେଲେ ସୂଚନା ଫଲକ ନାଇଁ ଲଗାହେଇ। ତାର ଟାନବାର ଲାଗି ଖୁଁଟା ତୁପା ସରିଛେ, ଘରମାନ୍‌କର ଓ୍ବେରିଂ କାମ ସରିଛେ ହେଲେ ଦାଇତ୍ୱ ନେଇଥିବାର ଠିକାଦାର ଆଜତକ୍‌ ଲାଇନ ଲଗେଇ ନୁହେପାରନ। ସେଥିର ଲାଗି ଇ ଅଫିସ ଘର ବେଭାର ହେଇ ନାଇଁପାରିକରି ଭୂତକୁଠି ବାଗିର ପଡ଼ିରହିଛେ। ଚିଚର୍ଲା ଉଦ୍ୟାନ ଭବନନେ ଥିବାର ସେଡ଼ ନଂ.୧ ମେଲା ପଡ଼ିଥିଲାବେଲକେ ସେଡ଼ ନଂ.୨ରେ ଲେମ୍ବୁ ଚାରା ପକାଯାଇଛେ। ଇ ଉଦ୍ୟାନ ଭବନଟା କେସିଙ୍ଗା-ଭବାନୀପାଟଣା ରାଜପଥ ୨୬ର ପଶ୍ଚିମ ଦିଗେ ତିଆର କରାଯାଇଛେ। ଯିବାର ଆଏବାର ସବୁପରକାର ସୁବିଧା ଥିଲେ ଭିଲ ବିଭାଗୀୟ ଉଦାସୀନତାର ଲାଗି ଅଧପନତରିଆ ଅବସ୍‌ତାନେ ପଡ଼ିରହିଛେ ଉଦ୍ୟାନ ଭବନ। କେସିଙ୍ଗା ବ୍ଲକନେ ଉଦ୍ୟାନ ଭବନ ଆର ଅଫିସ ଘର ନାଇଁଥିବାର ଲାଗି ଉଦ୍ୟାନ ବିଭାଗର କରମଚାରୀମାନ୍‌କୁ ଅଫିସ କାମକାଜ କରବାକେ ବଡ଼ା ଅସବିଧା ହେଉଥିଲା। ହେଲେ ଉଦ୍ୟାନ ଭବନ ତିଆର ହେଇ ସାରଲା ଉତ୍‌ରୁ ଭିଲ ସେ ଅବସ୍‌ତା। ଉଦ୍ୟାନ ଭବନ ତିଆର କାମ୍‌ ତଦାରଖ କରବାକେ ବିଭାଗୀୟ ଅଧ୍‌କାରିଣୀ ପଦ୍ମିନୀ ବଳକୁଁ ଦିଆଯାଇଥିଲା। ଇ ବାବ୍‌ଦେ ତାଂକୁ ପଚ୍‌ରାବାରେ କହେଲେ ଯେ, ତାଂକର ବଦଲି ହେଇଯାଇଛେ ଆର ସେ ଇ ବାବ୍‌ଦେ କିଛି ନାଇଁ କହିପାରବେ ବଲି କହିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri