ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର


ଜୁନାଗଡ,୬।୧୦(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଘୋଲିଜିବା ଛକ ବନଜାରୀ ମନ୍ଦିର ନିକଟ ୨୬ନଂ ଜାତୀୟ ରାଜପଥ ଉପରେ ଶୁକ୍ରବାର ସକାଳ ୯ଟା ୫୦ରେ ୨ ବାଇକ୍‌ ମଧ୍ୟରେ ମୁହାଁମୁହଁ ଧକ୍କା ହୋଇଛି। ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଉଦବେଗ ଥିବାରୁ ପରେ ଭବାନାପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ମୃତବ୍ୟକ୍ତି ହେଲେ କୋକସରା ବ୍ଲକ ସାରେସମାଲ ଗ୍ରାମର ରାମେଶ୍ୱର ନାଗ(୬୦)। ଗୁରୁତର ବ୍ୟକ୍ତିମାନେ ହେଲେ କୋକସରା ବ୍ଲକର ଡେଙ୍ଗାଗୁଡା ଗ୍ରାମର ଦଇତାରୀ ସୁନାନୀ (୪୫), ଭବାନୀପାଟଣା ବ୍ଲକ ଲୋହରାକୁନି ଗ୍ରାମର ହରମନ୍ତ ଶବର(୩୦) ଓ ତାଙ୍କ ଛୋଟ ପୁଅ ଯଶୋବନ୍ତ(୪)। ଉପରୋକ୍ତ ୨ଜଣ ଗୋଟିଏ ବାଇକ୍‌ରେ ଆସୁଥିବାବେଳେ ବାପପୁଅ ଅନ୍ୟ ଏକ ବାଇକରେ ଆସୁଥିଲେ। ପ୍ରକାଶ ଯେ, ଘୋଲିଜିବା ଛକ ବନଜାରୀ ମନ୍ଦିର ନିକଟରେ ଉଭୟ ପଟୁ ଏମାନେ ୨ଟି ବାଇକ୍‌ରେ ଆସୁଥିବାବେଳେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଥିଲା। ତେବେ ଆମ୍ବୁଲାନ୍ସ ଆସିବା ପୂର୍ବରୁ ଛୋଟ ପୁଅର ଅବସ୍ଥାକୁ ଦେଖି ଜୁନାଗଡ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସରେ କାର୍ଯ୍ୟରତ ଥିବା କର୍ମଚାରୀ ନରେନ୍ଦ୍ର ବେହେରା ଯଶୋବନ୍ତଙ୍କୁ ନିଜ ବାଇକରେ ଧରି ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚିଥିଲେ। ଫଳରେ ଛୋଟ ପୁଅର ଶୀଘ୍ର ଚିକିତ୍ସା କରାଯାଇଥିଲା। ଜୁନାଗଡ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri