ସ୍କୁଲ କମିଟି ଅଧ୍ୟକ୍ଷଙ୍କୁ ହତ୍ୟା


ବଲାଙ୍ଗୀର ଅଫିସ, ୪।୧୦-ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଶିକାଛିଡା ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ରାମଦାଶ ମହାକୁରଙ୍କୁ ବୁଧବାର ସକାଳେ ଗାଁ ନିକଟସ୍ଥ ଝାଁକ୍ରିବାହାଲ ପତ୍ରା ଜଙ୍ଗଲରେ ହତ୍ୟା କରାଯାଇଛି। କ୍ଷେତ ପାଖରେ ଥିବା ଗୁହାଳକୁ କ୍ଷୀର ଦୁହିଁବା ପାଇଁ ଯିବାବେଳେ ତାଙ୍କୁ କେହି ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ତଦନ୍ତ ଆରମ୍ଭ କରିଛି। ପାରିପାର୍ଶ୍ୱିକସ୍ଥିତି ଅନୁଯାୟୀ,ଏକାଧିକ ବ୍ୟକ୍ତି ଲୁହାଛଡ, ଠେଙ୍ଗାରେ ରାମଦାଶଙ୍କ ମୁଣ୍ଡକୁ ପ୍ରହାର କରି ତାଙ୍କୁ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ପ୍ରତିଦିନ ଭଳି ଭୋର ୫ଟାରେ ରାମଦାଶ ତାଙ୍କ ଘରଠାରୁ ପ୍ରାୟ ଅଧ କି.ମି. ଦୂରରେ ଥିବା ଗୁହାଳକୁ କ୍ଷୀର ଦୁହିଁବା ପାଇଁ ଯାଉଥିଲେ। ଏହାର କିଛି ସମୟ ପରେ ସେହି ଗାଁର ଜଣେ ବ୍ୟକ୍ତି ସେହି ବାଟ ଦେଇ ଯିବାବେଳେ ରାମଦାଶଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିଥିଲେ। ପରେ ସେ ରାମଦାଶଙ୍କ ବାପା ମୋହନ ମହାକୁରଙ୍କୁ ଏ କଥା କହିଥିଲେ। ମୃତଦେହ ପାଖରେ ତାଙ୍କ ସାଇକେଲ, ଚପଲ, ଏକ ଷ୍ଟିଲ ଜାର, ସୋଲାର ଚାର୍ଜ ଲାଇଟ୍‌ ଓ ଏକ ଠେଙ୍ଗା ପଡିଥିଲା। ସଦର ଏସ୍‌ଡିପିଓ ନାରାୟଣ ନାୟକ, ସଦର ଥାନା ଆଇଆଇସି ଜ୍ୟୋତିର୍ମୟ ଭୁକ୍ତା, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ମୋହନଙ୍କ ଅଭିଯୋଗକ୍ରମେ ସଦର ପୋଲିସ ଏକ ହତ୍ୟା ମାମଲା (ନଂ. ୧୮୪/୨୦୧୭) ରୁଜୁ କରିଛି। ଗାଁର ସରପଞ୍ଚ ହିଁ ତାଙ୍କ ପୁଅକୁ ହତ୍ୟା କରିଥାଇ ପାରନ୍ତି ବୋଲି ରାମଦାଶଙ୍କ ବାପା ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ଗତ ୨ ତାରିଖରେ ପଞ୍ଚାୟତ ଅଫିସରେ ଗ୍ରାମସଭା ବୈଠକ ଚାଲିଥିବାବେଳେ ସରପଞ୍ଚ ଓ ରାମଦାଶଙ୍କ ମଧ୍ୟରେ ସ୍କୁଲ ପାଚେରି ଠିକା କାମ, ସ୍କୁଲ ପରିସରରେ ଏମ୍‌ଜିଏନ୍‌ଆରଇଜିଏ ଯୋଜନାରେ ହୋଇଥିବା ବୃକ୍ଷରୋପଣ ଦୁର୍ନୀତି ଓ ଅନ୍ୟାନ୍ୟ ବିଷୟକୁ ନେଇ ବଚସା ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ରାମଦାଶ ଗାଁରେ ଥିବା ଓମ୍‌ଫେଡ ଦୁଗଧ୍‌ ସମବାୟ ସମିତି ସଭାପତି ଥିବା ସହ ଭାଜପାର ଜଣେ ସକ୍ରିୟ କର୍ମୀ ଭାବେ କାମ କରୁଥିଲେ। ଯେଉଁମାନେ ବି ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍‌ଡିପିଓ କହିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ରାମଦାଶଙ୍କ ସ୍ତ୍ରୀ ଜୟନ୍ତୀ ମହାକୁର, ଝିଅ ନିରମା ମହାକୁର (୧୧) ଓ ପୁଅ ନିର୍ମାଲ୍ୟ ମହାକୁର (୮), ବାପା,ମା ଓ ସାନ ଭାଇ ଅଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri