ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ


ଦେବଗଡ଼, ୧୭ା୮(ସ୍ବ.ପ୍ର.):ଦେବଗଡ଼ ଜିଲାର ତିଳେଇବଣି ବ୍ଲକ କଳାମାଟିସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଗୁରୁବାର ତାଲା ପକାଇ ଦେଇଛନ୍ତି। ସେମାନେ ପୂର୍ବାହ୍ନ ୧୦ରୁ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇବସିଛନ୍ତି। ଆନ୍ଦୋଳନ ଯୋଗୁ ଏଠାରେ ମଧ୍ୟାହ୍ନଭୋଜନ ମଧ୍ୟ ରହିଛି। ଏହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଥିବାରୁ ଏହାକୁ ବାତିଲ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏଠାରେ ୧ମରୁ ୧୦ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ୧୮୧ଜଣ ଛାତ୍ରୀଛାତ୍ର ପାଠପଢୁଥିବାବେଳେ ୧୨ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଆସିଛି। ଏହା ଜାଣିବା ପରେ ଗ୍ରାମବାସୀ ତାଙ୍କ ବଦଳି ବନ୍ଦ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ବିଦ୍ୟାଳୟରେ ପୂର୍ବରୁ ୧୫ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଥିଲେ। ଗତ ୬ମାସ ମଧ୍ୟରେ ୩ଜଣ ଶିକ୍ଷକଙ୍କୁ ବଦଳି କରାଯାଇଛି। ପୁଣି ଜଣେ ଶିକ୍ଷକଙ୍କୁ ବଦଳି କଲେ ପାଠପଢାରେ ବ୍ୟାଘାତ ହେବ ବୋଲି ଗ୍ରାମବାସୀ, ଅଭିଭାବକମାନେ କହିଛନ୍ତି। ଏନେଇ ସେମାନେ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri