ହୋମଗାର୍ଡ଼ ପୁଅଙ୍କ ମୃତଦେହ ଉଦ୍ଧାର


ଭବାନୀପାଟଣା, ୧୪ା୮(ଡି.ଏନ.ଏ.)- କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ୨୬ନଂ ଜାତୀୟ ରାଜପଥ ପାର୍ଶ୍ୱ ଏକ ଶୋ’ରୁମ ନିକଟରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ କେସିଙ୍ଗା ଥାନା ବାଲସି ଗ୍ରାମର ହୋମଗାର୍ଡ଼ ସନ୍ୟାସୀ ସାହୁଙ୍କ ପୁଅ ସୌଭାଗ୍ୟବନ୍ତ ବୋଲି ଜଣାପଡ଼ିଛି। ତାଙ୍କ ପାଟିରୁ ଲାଳ ବାହାରି ଥିବାରୁ ସେ ବିଷପିଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ତାଙ୍କ ନିକଟରୁ ପୋଲିସ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ସୌଭାଗ୍ୟବନ୍ତ ଗ୍ରାମର ଜଣେ ମହିଳାଙ୍କୁ ଭଲ ପାଉଥିଲେ। ରବିବାର ସେହି ମହିଳାଙ୍କୁ ଛୁରିରେ ଆକ୍ରମଣ କରି ଫେରାର୍‌ ହୋଇଯାଇଥିଲେ। ସୋମବାର ସକାଳେ ତାଙ୍କ ମୃତଦେହ ରାଜପଥ ପାର୍ଶ୍ୱରେ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri