ଗନ୍ଧମାର୍ଦ୍ଦନ ପର୍ବତରେ ପୋଲିସ-ମାଓବାଦୀ ଗୁଳିବିନିମୟ


ଖପ୍ରାଖୋଲ, ୧୪ା୮(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ନୂଆସାହି-ଜଳମହାଦେବ ମଝି ଅଞ୍ଚଳରେ ପୋଲିସ-ମାଓବାଦୀ ମଧ୍ୟରେ ସୋମବାର ସକାଳଠାରୁ ଗୁଳିବିନିମୟ ଜାରି ରହିଛି। ଏଥିରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ଗନ୍ଧମାର୍ଦ୍ଦନରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ନେଇ ରବିବାର ରାତିରେ ପୋଲିସକୁ ସୂଚନା ମିଳିଥିଲା। ତଦନୁଯାୟୀ ରାତି ପ୍ରାୟ ୩ଟାରେ ଏସ୍‌ଓଜି (ସ୍ପେଶାଲ ଅପରେଶନ ଗ୍ରୁପ)ର ଯବାନ, ସିଆରପିଏଫ ମିଳିତ ଭାବେ ସେଠାକୁ ଯାଇ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ମାଓବାଦୀଙ୍କ ସହିତ ମୁହାଁମୁହିଁ ହେବାରୁ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଖବର ପାଇ ସୋମବାର ସକାଳେ ପାଟଣାଗଡ଼ ଏସ୍‌ଡ଼ିପିଓ ଶେଷଦେବ ବରିହା, ଖପ୍ରାଖୋଲ ଆଇଆଇସି ଅନନ୍ତ ପ୍ରଧାନ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳକୁ ଯାଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri