ମା’-ପୁଅଙ୍କୁ ମରଣାନ୍ତକ ଆକ୍ରମଣ


ବଡ଼ଗାଁ,୧୩।୮(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ କୁସ୍ତୁନା ନିକଟ ବାଗବୁଡ଼ ଗ୍ରାମର ଜଣେ ମହିଳା ଓ ତାଙ୍କ ପୁଅଙ୍କୁ ଶନିବାର ପରାହ୍ନରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନାନୁଯାୟୀ ରାଜେଶ ମାଝି (୨୫) ନାମକ ଯୁବକ ଅପରାହ୍ନରେ ବାଗବୁଡ଼ ଗ୍ରାମର ଉକିଆ କିଶାନଙ୍କ ଘରକୁ ଯାଇ ତାଙ୍କ ପୁଅ ଯୁଗେଶ୍ୱର କିଶାନ କୁଆଡ଼େ ଗଲା ବୋଲି ପଚାରିଥିଲେ। ଯୁଗେଶ୍ୱର ଘରେ ନାହିଁ ବୋଲି ଉକିଆ କହିବାରୁ ରାଜେଶ ଫେରିଯାଇଥିବା ବାହାନା କରି ଉକିଆଙ୍କ ଘର କୋଣରେ ଲୁଚି ରହିଥିଲେ। କିଛି ସମୟ ପରେ ଯୁଗେଶ୍ୱର ଫେରିବା କ୍ଷଣି ରାଜେଶ ଏକ କାଠରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଯୁଗେଶ୍ୱର ଗୁରୁତର ଆହତ ହୋଇଥିଲେ। ମା’ ଉକିଆ ରାଜେଶଙ୍କୁ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଗ୍ରାମର ଫଗନୁ ଓ ବୁଧରାମ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯୁଗେଶ୍ୱରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri