ହାତୀ ଘଉଡ଼ାଳିଙ୍କୁ ଦଳିଦେଲା ଦନ୍ତା


କୁଆଁରମୁଣ୍ଡା,୧୩।୮(ଡି.ଏନ୍‌.ଏ.)- ହାତୀପଲଙ୍କୁ ଘଉଡ଼ାଉଥିବାବେଳେ ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବନାଞ୍ଚଳ ଗୁଡ଼ଛାପଲ ବସ୍ତି ନିକଟରେ ଶନିବାର ରାତି ୧୨ଟାରେ ଘଉଡ଼ାଳି ଦଳର ଜଣେ ବ୍ୟକ୍ତିଙ୍କୁ ଦନ୍ତା ଦଳିଦେଇଛି। ମୃତକ ଜଣକ ଦେବଗଡ଼ ଜିଲା ଅକ୍ଷରଶିଳା ଗ୍ରାମର ପତି ଧୀବର। ଖବର ପାଇ ପତିଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। କୁଆଁରମୁଣ୍ଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ମୃତଦେହ ଛାଡ଼ି ନ ଥିଲେ। ରବିବାର ସକାଳେ ରେଞ୍ଜର ରାଜକିଶୋର ଦାଶ ପୋଲିସ ଫୋର୍ସ ସହ ଗୁଡ଼ଛାପଲ ଗ୍ରାମରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ପତିଙ୍କ ପରିବାରର ଜଣଙ୍କୁ ଚାକିରି ଓ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ମୃତଦେହ ଛାଡ଼ିଥିଲେ। ସୂଚନାଯୋଗ୍ୟ, ହାତୀପଲଙ୍କୁ କୁଆଁରମୁଣ୍ଡା ସହର ବାହାରକୁ ଘଉଡ଼ାଇବା ବେଳେ ଏକ ଦନ୍ତା ଅଧିକ ହିଂସ୍ର ହୋଇଉଠିଥିଲା। ପତି ତା’ ସାମ୍‌ନାରେ ପଡ଼ିଯାଇଥିଲେ ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri