ନୂଆପଡ଼ା, ୧୦ା୮-ନୂଆପଡା ଜିଲା ସଦର ବ୍ଲକ ଅନ୍ତର୍ଗତ ମୁଢେଲା ଗାଁରେ ବୋରଓ୍ବେଲକୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ୧୦ଜଣ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦେଇଥିବା ଧାରଣା ଗୁରୁବାର ସପ୍ତମ ଦିନରେ ପହଞ୍ଚିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଗତ ୨୦୧୫ ମସିହାରେ ଚାଷୀମାନେ ସରକାରୀ ସହାୟତାରେ ବୋରଓ୍ବେଲ ଖୋଳିଥିଲେ। ମାତ୍ର ୨ବର୍ଷ  ବିତିଯାଇଥିଲେ ମଧ୍ୟ ବୋରଓ୍ବେଲକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। ଫଳରେ  ଚଳିତବର୍ଷ  ଚାଷପୋଯୋଗୀ ବର୍ଷା ଅଭାବରୁ ୧୦ଜଣ ଚାଷୀଙ୍କ ୫୦ ଏକର ଚାଷଜମି ଉଜୁଡ଼ି ଯିବାକୁ ବସିଛି। ତୁରନ୍ତ  ବୋରଓ୍ବେଲକୁ ବିଦ୍ୟୁତ୍‌ ସଂଯୋଗ ଦେଇ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରି ନୂଆପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

"/>

ବୋରଓ୍ବେଲକୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ଚାଷୀଙ୍କ ଧାରଣା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri