ବରଗଡ଼ ଅଫିସ୍‌,୭ା୮:ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡ଼ିଏ ସରକାର ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। କେବଳ ଭାଜପା ଶାସିତ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଉଛି। ଅନ୍ୟପଟେ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ପାଇଁ ଓଡ଼ିଶାବାସୀ ବାରମ୍ବାର ଦାବି କରି ଆସିଥିଲେ ସୁଦ୍ଧା କେନ୍ଦ୍ର ସେଥିପ୍ରତି ନୀରବ ରହିଛି। କେବଳ ସେତିକି ନୁହେଁ, ଦେଶର ଚାଷୀ, ମହିଳାଙ୍କ ସମେତ ସାଧାରଣ ଜନତାଙ୍କ ସହିିତ ମୋଦି ସରକାର ଧୋକାବାଜି କରିଛି। ବରଗଡ଼ କଲ୍ୟାଣ ମଣ୍ଡପରେ ସୋମବାର ଅନୁଷ୍ଠିତ ବିଜେଡ଼ିର ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି ପରିବର୍ଦ୍ଧିତ କା୍ଯଯ୍ୟକାରୀ କମିଟି ସଭାରେ ଉଦ୍‌ବୋଧନ ଦେଇ ଦଳର ବରିଷ୍ଠ ନେତୃବୃନ୍ଦ ଏହା କହିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚା୍ଯଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୋଗଦେଇ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ୍‌ କହିଥିଲେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିକାଶ ଧାରା ଜାରି ରଖିଛନ୍ତି। ମା’ଙ୍କୁ ସମ୍ମାନ, ଗାଁକୁ କାମ ଲକ୍ଷ୍ୟନେଇ ରାଜ୍ୟବ୍ୟାପୀ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେଉଛି। ଅନ୍ୟପଟେ କେନ୍ଦ୍ରର ମୋଦି ସରକାର ପେଟ୍ରୋଲ ପମ୍ପ ସମେତ ବିଭିନ୍ନ ସ୍ଥାନରେ ବ୍ୟାନର, ହୋର୍ଡ଼ିଂ ଦେଇ ଏଲ୍‌ପିଜି ଇନ୍ଧନ ଗ୍ୟାସ୍‌ ବିତରଣ ନାଁରେ ମିଛ ପ୍ରଚାର ଚଲାଇଛି। କେନ୍ଦ୍ର ଏହି ଯୋଜନାରେ ମହିଳାଙ୍କୁ କେବଳ ଅସମ୍ମାନ ନୁହେଁ, ଧୋକାବାଜି ବି କରିଛି। ପ୍ରତିମାସ ସିଲିଣ୍ଡର ପ୍ରତି ଦର ୪ଟଙ୍କା ବୃଦ୍ଧି ସହିତ ଇନ୍ଧନରୁ ସବ୍‌ସିଡ଼ି ହଟାଇ ଦେଇଛନ୍ତି। ସେହିପରି ଶାସନକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ଇସ୍ତାହାରରେ ସ୍ବାମୀନାଥନ କମିଶନ ଲାଗୁ ତଥା କୃଷିଜାତ ଦ୍ରବ୍ୟର ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବା ନେଇ ପ୍ରଚାର କରିଥିଲେ। ମାତ୍ର ଶାସନକୁ ଆସିବା ପରେ ଦେଶରେ ସ୍ବାମୀନାଥନ କମିଶନ ଲାଗୁ କରିବା ସମ୍ଭବପର ନୁହେଁ ବୋଲି ସୁପ୍ରିମକୋର୍ଟରେ ମୋଦି ସତ୍ୟାପାଠ ଦେଲେ। ଦେଶବାସୀଙ୍କ ପ୍ରତି ଜଣେ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଭାବନା ରହିବା ଉଚିତ୍‌। ମାତ୍ର ଉପରୋକ୍ତ ପ୍ରସଙ୍ଗକୁ ଦେଖିଲେ ଆମ ଦେଶ ପ୍ରତି ମୋଦିଙ୍କ ସେଭଳି ଭାବନା ନାହିଁ, ତାହା ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରୀ ରାଉତ୍‌ କହିଥିଲେ। ସେହିପରି ପ୍ଯଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗାଁ ଗହଳିକୁ ପଶି ଭାଜପା ନେତା, କର୍ମୀମାନେ ମୋ ବୁଥ୍‌, ସବୁଠୁ ମଜ୍‌ବୁତ୍‌ ନାମରେ ଲୋକଙ୍କୁ ଯେଭଳି ବିଭ୍ରାନ୍ତ କରୁଛନ୍ତି, ତାକୁ ପ୍ରତିହତ କରିବା ସହିତ ସାଧାରଣ ଜନତାଙ୍କୁ ସେଥିପ୍ରତି ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ରର ମୋଦି ସରକାର ସାଧାରଣ ଜନତାଙ୍କ ପାଇଁ ନୁହେଁ, ଏହା ପୁଞ୍ଜିପତିଙ୍କ ସରକାର ବୋଲି ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଲୋକସଭା ସାଂସଦ ଡ. ପ୍ରଭାସ ସିଂ, ବରଗଡ଼ ଜିଲା ବିଜେଡ଼ି ସଭାପତି ବିଜୟ ରଞ୍ଜନ ସିଂ ବରିହା, ରାଜ୍ୟ ଉପସଭାପତି ବିମ୍ବାଧର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ବ୍ଲକ ବିଜେଡ଼ି ସଭାପତି ପ୍ରଫୁଲ୍ଲ ନାଏକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲା ଉପସଭାପତି ବିମଳ କିଶୋର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ା
ପାଠର ଫଟୋ କ୍ୟାପସନ- ବିଜି୦୭୦୮ଏ- ମନ୍ତ୍ରୀ ଡା. ଦାମୋଦର ରାଉତ୍‌ କା୍ଯଯ୍ୟକ୍ରମ ଉଦ୍‌ଘାଟନ କରୁଛନ୍ତି ।

ବରଗଡ଼ ଅଫିସ୍‌,୭ା୮
ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡ଼ିଏ ସରକାର ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। କେବଳ ଭାଜପା ଶାସିତ ରାଜ୍ୟର ବିକାଶକୁ ଗୁରୁତ୍ୱ ଦେଉଛି। ଅନ୍ୟପଟେ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ପାଇଁ ଓଡ଼ିଶାବାସୀ ବାରମ୍ବାର ଦାବି କରି ଆସିଥିଲେ ସୁଦ୍ଧା କେନ୍ଦ୍ର ସେଥିପ୍ରତି ନୀରବ ରହିଛି। କେବଳ ସେତିକି ନୁହେଁ, ଦେଶର ଚାଷୀ, ମହିଳାଙ୍କ ସମେତ ସାଧାରଣ ଜନତାଙ୍କ ସହିିତ ମୋଦି ସରକାର ଧୋକାବାଜି କରିଛି। ବରଗଡ଼ କଲ୍ୟାଣ ମଣ୍ଡପରେ ସୋମବାର ଅନୁଷ୍ଠିତ ବିଜେଡ଼ିର ଆମ ଗାଁ ଆମ ବିକାଶ, ଆମ ସହର ଆମ ଉନ୍ନତି ପରିବର୍ଦ୍ଧିତ କା୍ଯଯ୍ୟକାରୀ କମିଟି ସଭାରେ ଉଦ୍‌ବୋଧନ ଦେଇ ଦଳର ବରିଷ୍ଠ ନେତୃବୃନ୍ଦ ଏହା କହିଛନ୍ତି। ବରଗଡ଼ ବିଧାୟକ ଦେବେଶ ଆଚା୍ଯଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୋଗଦେଇ କୃଷିମନ୍ତ୍ରୀ ଡା. ଦାମୋଦର ରାଉତ୍‌ କହିଥିଲେ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିକାଶ ଧାରା ଜାରି ରଖିଛନ୍ତି। ମା’ଙ୍କୁ ସମ୍ମାନ, ଗାଁକୁ କାମ ଲକ୍ଷ୍ୟନେଇ ରାଜ୍ୟବ୍ୟାପୀ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେଉଛି। ଅନ୍ୟପଟେ କେନ୍ଦ୍ରର ମୋଦି ସରକାର ପେଟ୍ରୋଲ ପମ୍ପ ସମେତ ବିଭିନ୍ନ ସ୍ଥାନରେ ବ୍ୟାନର, ହୋର୍ଡ଼ିଂ ଦେଇ ଏଲ୍‌ପିଜି ଇନ୍ଧନ ଗ୍ୟାସ୍‌ ବିତରଣ ନାଁରେ ମିଛ ପ୍ରଚାର ଚଲାଇଛି। କେନ୍ଦ୍ର ଏହି ଯୋଜନାରେ ମହିଳାଙ୍କୁ କେବଳ ଅସମ୍ମାନ ନୁହେଁ, ଧୋକାବାଜି ବି କରିଛି। ପ୍ରତିମାସ ସିଲିଣ୍ଡର ପ୍ରତି ଦର ୪ଟଙ୍କା ବୃଦ୍ଧି ସହିତ ଇନ୍ଧନରୁ ସବ୍‌ସିଡ଼ି ହଟାଇ ଦେଇଛନ୍ତି। ସେହିପରି ଶାସନକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ଇସ୍ତାହାରରେ ସ୍ବାମୀନାଥନ କମିଶନ ଲାଗୁ ତଥା କୃଷିଜାତ ଦ୍ରବ୍ୟର ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବା ନେଇ ପ୍ରଚାର କରିଥିଲେ। ମାତ୍ର ଶାସନକୁ ଆସିବା ପରେ ଦେଶରେ ସ୍ବାମୀନାଥନ କମିଶନ ଲାଗୁ କରିବା ସମ୍ଭବପର ନୁହେଁ ବୋଲି ସୁପ୍ରିମକୋର୍ଟରେ ମୋଦି ସତ୍ୟାପାଠ ଦେଲେ। ଦେଶବାସୀଙ୍କ ପ୍ରତି ଜଣେ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଭାବନା ରହିବା ଉଚିତ୍‌। ମାତ୍ର ଉପରୋକ୍ତ ପ୍ରସଙ୍ଗକୁ ଦେଖିଲେ ଆମ ଦେଶ ପ୍ରତି ମୋଦିଙ୍କ ସେଭଳି ଭାବନା ନାହିଁ, ତାହା ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରୀ ରାଉତ୍‌ କହିଥିଲେ। ସେହିପରି ପ୍ଯଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଗାଁ ଗହଳିକୁ ପଶି ଭାଜପା ନେତା, କର୍ମୀମାନେ ମୋ ବୁଥ୍‌, ସବୁଠୁ ମଜ୍‌ବୁତ୍‌ ନାମରେ ଲୋକଙ୍କୁ ଯେଭଳି ବିଭ୍ରାନ୍ତ କରୁଛନ୍ତି, ତାକୁ ପ୍ରତିହତ କରିବା ସହିତ ସାଧାରଣ ଜନତାଙ୍କୁ ସେଥିପ୍ରତି ସଚେତନ କରିବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କେନ୍ଦ୍ରର ମୋଦି ସରକାର ସାଧାରଣ ଜନତାଙ୍କ ପାଇଁ ନୁହେଁ, ଏହା ପୁଞ୍ଜିପତିଙ୍କ ସରକାର ବୋଲି ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଲୋକସଭା ସାଂସଦ ଡ. ପ୍ରଭାସ ସିଂ, ବରଗଡ଼ ଜିଲା ବିଜେଡ଼ି ସଭାପତି ବିଜୟ ରଞ୍ଜନ ସିଂ ବରିହା, ରାଜ୍ୟ ଉପସଭାପତି ବିମ୍ବାଧର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ବରଗଡ଼ ବ୍ଲକ ବିଜେଡ଼ି ସଭାପତି ପ୍ରଫୁଲ୍ଲ ନାଏକ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିଲା ଉପସଭାପତି ବିମଳ କିଶୋର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ା
ପାଠର ଫଟୋ କ୍ୟାପସନ- 
ବିଜି୦୭୦୮ଏ- ମନ୍ତ୍ରୀ ଡା. ଦାମୋଦର ରାଉତ୍‌ କା୍ଯଯ୍ୟକ୍ରମ ଉଦ୍‌ଘାଟନ କରୁଛନ୍ତି । 
"/>

ଚାଷୀ, ମହିଳାଙ୍କ ପ୍ରତି ଧୋକା ଦେଇଛି ମୋଦି ସରକାର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri