ଗୋମମୁଣ୍ଡା,୭ା୮(ଡି.ଏନ୍‌.ଏ.):କଲାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଗ୍ରାମରେ ସୋମବାର ସକାଳ ପ୍ରାୟ ୬ଟାରେ ବିଦ୍ୟୁତ୍‌ ଆଘାତରେ କୋଦୋ ତେଜି(୫୦) ନାମକ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିକରି ସ୍ଥାନୀୟ ଲୋକେ ତୁମୁରା ଛକରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଧର୍ମଗଡ଼- ସିନାପାଲି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଗୋଲାମୁଣ୍ଡା ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ, ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ଭଗବାନ ସାହୁ, ଯନ୍ତ୍ରୀ ସରୋଜ କୁମାର ସୁକ୍ଲା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ବାବଦକୁ ୧୦ହଜାର ଟଙ୍କା ପ୍ରଦାନ କରାଯିବା ସହ ସରକାରୀ ଯୋଜନା ମୁତାବକ କ୍ଷତିପୂରଣ ଯୋଗାଇ  ଦେବାକୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧ ହଟିଥିଲା।    ମିଳିଥିବା ସୂଚନା ମୁତାବକ କୋଦୋ ସକାଳୁ ଉଠି ନିଜ ଚାଷ ଜମିକୁ ଯାଇଥିଲେ। ସେଠାରୁ ସେ ୨ଟି ଲମ୍ବାଲିଆ ଗଛ କାନ୍ଦରେ ଧରି ପୋଖରୀ ହୁଡା ରାସ୍ତାରେ ଫେରୁଥିଲେ। ସେତିକିବେଳେ ପୋଖରୀ ହୁଡା ଉପରେ ଓହଲି ପଡିଥିବା ୧୧କେଭି ବିଦ୍ୟୁତ୍‌ ତାରରେ ଗଛ ଲାଗିଯାଇଥିଲା। ଫଳରେ ଘଟଣା ସ୍ଥଳରେ କୋଦାଙ୍କ ମୃତ୍ୟୁ ଘଟିଥିଲା। ଗୋଲାମୁଣ୍ଡା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

"/>

ବିଦ୍ୟୁତ୍‌ ଆଘାତରେ ଚାଷୀଙ୍କ ମୃତ୍ୟୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri