ଦୁଇଝିଅଙ୍କ ପରେ ଆଖି ବୁଜିଲେ ସୁରେଶରାଉରକେଲା ଅଫିସ,୬ା୮- ଗତ ୩୧ ତାରିଖରେ ଏଲ୍‌ପିଜି ଲିକ୍‌ ହୋଇ ଅଗ୍ନିକାଣ୍ଡରେ ଫର୍ଟିଲାଇଜର୍‌ ଟାଉନଶିପ୍‌ ନିକଟ ଉପର ବାଲିଯୋଡ଼ି ଇନ୍ଦିରାପାଲି ବସ୍ତିର ଗୋଟିଏ ପରିବାରର ୪ଜଣ ଗୁରୁତର ହେବା ଘଟଣାରେ ଦୁଇଝିଅଙ୍କ ସମେତ ସୁରେଶ ତ୍ରିପାଠୀଙ୍କ ମୃତ୍ୟୁ ହୋଇଛି। ଆଇଜିଏଚ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ସାଢ଼େ ୧୧ଟାରେ ବଡ଼ଝିଅ ଶ୍ରୁତି (୭)ଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ରାତି ସାଢ଼େ ଗୋଟାଏରେ ସାନଝିଅ ପ୍ରାଚୀ ଆଖି ବୁଜିଥିଲେ। 

ଦୁଇଝିଅଙ୍କ ପରେ ଆଖି ବୁଜିଲେ ସୁରେଶ
ରାଉରକେଲା ଅଫିସ,୬ା୮- ଗତ ୩୧ ତାରିଖରେ ଏଲ୍‌ପିଜି ଲିକ୍‌ ହୋଇ ଅଗ୍ନିକାଣ୍ଡରେ ଫର୍ଟିଲାଇଜର୍‌ ଟାଉନଶିପ୍‌ ନିକଟ ଉପର ବାଲିଯୋଡ଼ି ଇନ୍ଦିରାପାଲି ବସ୍ତିର ଗୋଟିଏ ପରିବାରର ୪ଜଣ ଗୁରୁତର ହେବା ଘଟଣାରେ ଦୁଇଝିଅଙ୍କ ସମେତ ସୁରେଶ ତ୍ରିପାଠୀଙ୍କ ମୃତ୍ୟୁ ହୋଇଛି। ଆଇଜିଏଚ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତି ସାଢ଼େ ୧୧ଟାରେ ବଡ଼ଝିଅ ଶ୍ରୁତି (୭)ଙ୍କ ମୃତ୍ୟୁ ହୋଇଥିବାବେଳେ ଶନିବାର ରାତି ସାଢ଼େ ଗୋଟାଏରେ ସାନଝିଅ ପ୍ରାଚୀ ଆଖି ବୁଜିଥିଲେ। ରବିବାର ଅପରାହ୍ନ ପ୍ରାୟ ୨ଟାରେ ବାପା ସୁରେଶଙ୍କ ମୃତ୍ୟୁ ଘଟିଛି। ସୁରେଶଙ୍କ ସ୍ତ୍ରୀ ସୁଚିତ୍ରା ତ୍ରିପାଠୀ ଏବେ ଆଇଜିଏଚ୍‌ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ସୂଚନାଯୋଗ୍ୟ, ୩୧ ତାରିଖ ମଧ୍ୟାହ୍ନରେ ସୁରେଶଙ୍କ ପନତ୍ୀ ସୁଚିତ୍ରା (୨୬) ରୋଷେଇ କରିବାକୁ ଗ୍ୟାସ୍‌ ଅନ୍‌ କରିଥିଲେ। ତେବେ ଗ୍ୟାସ୍‌ ନ ଜଳିବାରୁ ସେ କାଠ ଚୁଲାରେ ରୋଷେଇ ଆରମ୍ଭ କରିଥିଲେ। କିଛି ସମୟ ପରେ ପୁନର୍ବାର ଗ୍ୟାସ୍‌ ଚୁଲା ଜଳାଇବାକୁ ଉଦ୍ୟମ କରିବାରୁ ଏହା ହୁତୁହୁତୁ ହୋଇ ଜଳିଉଠିଥିଲା। ସୁଚିତ୍ରାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସୁଚିତ୍ରା ଚିତ୍କାର କରିବାରୁ ସୁରେଶ ଧାଇଁଆସି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ନିଜେ ପୋଡ଼ିଯାଇଥିଲେ। ଏହି ସମୟରେ ସ୍କୁଲରୁ ଫେରିଥିବା ଦୁଇ ଝିଅ ଶ୍ରୁତି ଓ ପ୍ରାଚୀ କିଛି ବୁଝି ନ ପାରି ମା’ଙ୍କୁ କୁଣ୍ଢାଇ ଧରିବାରୁ ସେମାନେ ମଧ୍ୟ ପୋଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ଆଇଜିଏଚ୍‌ରେ ଭର୍ତ୍ତି କରିଥିଲେ।
"/>

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri