Posted inଜାତୀୟ

ସମ୍ବଲପୁରର ୨୯ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ, ୧୩ା୧୨:ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିବା ସମ୍ବଲପୁର ଜିଲା ବାର୍‌ କାଉନସିଲର ଆଇନଜୀବୀଙ୍କ ଉପରେ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଚାରପତିଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ନ ଦେବା, କୁଶ ପୁତ୍ତଳିକା ଦାହ କରିବା, ଜିଲା ଜଜ୍‌ଙ୍କ କୋର୍ଟରୁମ୍‌ ଭିତରକୁ ଜବରଦସ୍ତି ପଶି ଭଙ୍ଗାରୁଜା କରିବା ଏବଂ ପୋଲିସ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରି ସେମାନଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ବିସିଆଇ ସୋମବାର ୨୯ଜଣ ଆଇନଜୀବୀଙ୍କ ଲାଇସେନ୍ସ ୧୮ ମାସ ପାଇଁ ରଦ୍ଦ କରିଛି। ଆଇନଜୀବୀଙ୍କ ଏଭଳି ଆଚରଣ ପ୍ରଫେସନାଲ ଏଥିକ୍ସ ବିରୋଧରେ ଯାଉଛି ବୋଲି ବିସିଆଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛି। ଲାଇସେନ୍ସ ରଦ୍ଦ ହୋଇଥିବା ଆଇନଜୀବୀମାନେ ହେଲେ ସମ୍ବଲପୁର ଜିଲା ବାର ଆସୋସିଏଶନର ସୁରେଶ୍ୱର ମିଶ୍ର, ଶିବ ଦିଓ୍ବାନ, ପ୍ରମୋଦ ସରାଫ, ସତ୍ୟ ନାରାୟଣ ପୁରୋହିତ, ଶ୍ରୀକାନ୍ତ ପାଣିଗ୍ରାହୀ, ହିଂମାଶୁ ପାଣିଗ୍ରାହୀ, ମହେନ୍ଦ୍ର ବଢ଼େଇ, ଅନୁପ ତରିଆ, ସିଲୁ ମହାପାତ୍ର, ସତ୍ୟ ନାରାୟଣ ପଣ୍ଡା, ପ୍ରବୀଣ ସିଂଦେଓ, ରବି ପୂଜାହାରୀ, ସୁରଜ ବିଶ୍ୱାଳ, ଚନ୍ଦ୍ରକାନ୍ତ ମହାନ୍ତି, ନବୀନ ଶତପଥୀ, ସରୋଜ ସାହୁ, ମନୋରଞ୍ଜନ ଦାଶ, ମାନସ ମିଶ୍ର, ସମୀର ମହାପାତ୍ର, ବନ୍ଦିତା ମିଶ୍ର, ରାଜୀବ ଶତପଥୀ, ବସନ୍ତ ମିଶ୍ର, ମୀନକେତନ ଭୋଇ, ରତନ ଅଗ୍ରଓ୍ବାଲ, ବିଜେତେନ୍ଦ୍ର ପ୍ରଧାନ, ସୁରଞ୍ଜିନି ବାରିକ, ପ୍ରଦୀପ ବହିଦାର, ବାବୁଲ୍‌ ପଣ୍ଡା ଏବଂ ମନୋରଞ୍ଜନ ପଣ୍ଡା। ଏହି ନିଲମ୍ବନ ଆଦେଶକୁ ସମ୍ବଲପୁର ବାର ଆସୋସିଏସନ ଏବଂ ସମସ୍ତ କୋର୍ଟ, କମିଶନ, ଟ୍ରିବ୍ୟୁନାଲକୁ ଜଣାଇଦେବାକୁ ଷ୍ଟେଟ୍‌ ବାର୍‌ କାଉନସିଲକୁ କୁହାଯାଇଛି। ଏଥିସହିତ ଆନ୍ଦୋଳନ ଏବଂ ଭଙ୍ଗାରୁଜାରେ ସାମିଲ ଅନ୍ୟମାନଙ୍କୁ ଭିଡିଓ କ୍ଲିପ୍‌ରୁ ଚିହ୍ନଟ କରି ଜଣାଇବାକୁ ବିସିଆଇ ପକ୍ଷରୁ ଷ୍ଟେଟ୍‌ ବାର୍‌ କାଉନସିଲକୁ କୁହାଯାଇଛି। ଏହି ଲାଇସେନ୍ସ ରଦ୍ଦ ନିର୍ଦ୍ଦେଶ ତତ୍‌କ୍ଷଣାତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଛି।
ପ୍ରକାଶ ଯେ, ବିଚାରପତିଙ୍କ ପ୍ରତି ଆସାମ୍ବିଧାନିକ ଭାଷା ପ୍ରୟୋଗ, ପୋଲିସ ଅଧିକାରୀଙ୍କୁ ଠେଲାପେଲା ଏବଂ ବିଚାରପତିଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଉକ୍ତ ଆଇନଜୀବୀଙ୍କ ବିରୋଧରେ ୩୦।୧୧।୨୦୨୨ରେ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା(୪୬୦/୨୦୨୨) ରୁଜୁ ହୋଇଥିଲା। ପୂର୍ବରୁ ବିସିଆଇ ୧୩।୧୧।୨୦୨୨ରେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଓଡ଼ିଶାର କେତେକ ଓକିଲ ସଂଘକୁ ଆନ୍ଦୋଳନରୁ ନିବୃତ୍ତ ରହିବା ସହିତ କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ହେଲେ ଏହାକୁ ନ ମାନି ଆଇନ୍‌ଜୀବୀମାନେ ଆନ୍ଦୋଳନ ଜାରି ରଖିବାରୁ ବିସିଆଇ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

ଗୟାରେ ଗର୍ଜିଲେ ମୋଦି, ବିରୋଧୀଙ୍କୁ କଲେ ଟାର୍ଗେଟ

ଗୟା,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଗୟାଠାରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ଏବଂ କିଛି ସମୟ ପରେ ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri