Posted inଜାତୀୟ

ସମ୍ବଲପୁରର ୨୯ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ, ୧୩ା୧୨:ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚଳାଇଥିବା ସମ୍ବଲପୁର ଜିଲା ବାର୍‌ କାଉନସିଲର ଆଇନଜୀବୀଙ୍କ ଉପରେ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଚାରପତିଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ନ ଦେବା, କୁଶ ପୁତ୍ତଳିକା ଦାହ କରିବା, ଜିଲା ଜଜ୍‌ଙ୍କ କୋର୍ଟରୁମ୍‌ ଭିତରକୁ ଜବରଦସ୍ତି ପଶି ଭଙ୍ଗାରୁଜା କରିବା ଏବଂ ପୋଲିସ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରି ସେମାନଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ବିସିଆଇ ସୋମବାର ୨୯ଜଣ ଆଇନଜୀବୀଙ୍କ ଲାଇସେନ୍ସ ୧୮ ମାସ ପାଇଁ ରଦ୍ଦ କରିଛି। ଆଇନଜୀବୀଙ୍କ ଏଭଳି ଆଚରଣ ପ୍ରଫେସନାଲ ଏଥିକ୍ସ ବିରୋଧରେ ଯାଉଛି ବୋଲି ବିସିଆଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛି। ଲାଇସେନ୍ସ ରଦ୍ଦ ହୋଇଥିବା ଆଇନଜୀବୀମାନେ ହେଲେ ସମ୍ବଲପୁର ଜିଲା ବାର ଆସୋସିଏଶନର ସୁରେଶ୍ୱର ମିଶ୍ର, ଶିବ ଦିଓ୍ବାନ, ପ୍ରମୋଦ ସରାଫ, ସତ୍ୟ ନାରାୟଣ ପୁରୋହିତ, ଶ୍ରୀକାନ୍ତ ପାଣିଗ୍ରାହୀ, ହିଂମାଶୁ ପାଣିଗ୍ରାହୀ, ମହେନ୍ଦ୍ର ବଢ଼େଇ, ଅନୁପ ତରିଆ, ସିଲୁ ମହାପାତ୍ର, ସତ୍ୟ ନାରାୟଣ ପଣ୍ଡା, ପ୍ରବୀଣ ସିଂଦେଓ, ରବି ପୂଜାହାରୀ, ସୁରଜ ବିଶ୍ୱାଳ, ଚନ୍ଦ୍ରକାନ୍ତ ମହାନ୍ତି, ନବୀନ ଶତପଥୀ, ସରୋଜ ସାହୁ, ମନୋରଞ୍ଜନ ଦାଶ, ମାନସ ମିଶ୍ର, ସମୀର ମହାପାତ୍ର, ବନ୍ଦିତା ମିଶ୍ର, ରାଜୀବ ଶତପଥୀ, ବସନ୍ତ ମିଶ୍ର, ମୀନକେତନ ଭୋଇ, ରତନ ଅଗ୍ରଓ୍ବାଲ, ବିଜେତେନ୍ଦ୍ର ପ୍ରଧାନ, ସୁରଞ୍ଜିନି ବାରିକ, ପ୍ରଦୀପ ବହିଦାର, ବାବୁଲ୍‌ ପଣ୍ଡା ଏବଂ ମନୋରଞ୍ଜନ ପଣ୍ଡା। ଏହି ନିଲମ୍ବନ ଆଦେଶକୁ ସମ୍ବଲପୁର ବାର ଆସୋସିଏସନ ଏବଂ ସମସ୍ତ କୋର୍ଟ, କମିଶନ, ଟ୍ରିବ୍ୟୁନାଲକୁ ଜଣାଇଦେବାକୁ ଷ୍ଟେଟ୍‌ ବାର୍‌ କାଉନସିଲକୁ କୁହାଯାଇଛି। ଏଥିସହିତ ଆନ୍ଦୋଳନ ଏବଂ ଭଙ୍ଗାରୁଜାରେ ସାମିଲ ଅନ୍ୟମାନଙ୍କୁ ଭିଡିଓ କ୍ଲିପ୍‌ରୁ ଚିହ୍ନଟ କରି ଜଣାଇବାକୁ ବିସିଆଇ ପକ୍ଷରୁ ଷ୍ଟେଟ୍‌ ବାର୍‌ କାଉନସିଲକୁ କୁହାଯାଇଛି। ଏହି ଲାଇସେନ୍ସ ରଦ୍ଦ ନିର୍ଦ୍ଦେଶ ତତ୍‌କ୍ଷଣାତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ହୋଇଛି।
ପ୍ରକାଶ ଯେ, ବିଚାରପତିଙ୍କ ପ୍ରତି ଆସାମ୍ବିଧାନିକ ଭାଷା ପ୍ରୟୋଗ, ପୋଲିସ ଅଧିକାରୀଙ୍କୁ ଠେଲାପେଲା ଏବଂ ବିଚାରପତିଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଉକ୍ତ ଆଇନଜୀବୀଙ୍କ ବିରୋଧରେ ୩୦।୧୧।୨୦୨୨ରେ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା(୪୬୦/୨୦୨୨) ରୁଜୁ ହୋଇଥିଲା। ପୂର୍ବରୁ ବିସିଆଇ ୧୩।୧୧।୨୦୨୨ରେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଓଡ଼ିଶାର କେତେକ ଓକିଲ ସଂଘକୁ ଆନ୍ଦୋଳନରୁ ନିବୃତ୍ତ ରହିବା ସହିତ କୋର୍ଟ କାର୍ଯ୍ୟରେ ସହଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ହେଲେ ଏହାକୁ ନ ମାନି ଆଇନ୍‌ଜୀବୀମାନେ ଆନ୍ଦୋଳନ ଜାରି ରଖିବାରୁ ବିସିଆଇ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି

ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି ନୂଆଦିଲ୍ଲୀ,୧୯।୩: ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କୁ ପରବର୍ତ୍ତୀ...

ଦୁଇ ଭାଇ ହେଲେ ଦୁଇ ରାଜ୍ୟର ଡିଜିପି

ନୂଆଦିଲ୍ଲୀ,୧୯।୩: ଦୁଇ ଭାଇ ହେଲେ ଦୁଇ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ। ସେମାନେ ହେଉଛନ୍ତି ଆଇପିଏସ ଅଧିକାରୀ ବିକାଶ ସହାୟ ଏବଂ ବିବେକ ସହାୟ। ୧୯୮୯ ବ୍ୟାଚ୍‌...

ରାଜନୀତିରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି ମୁଲାୟମ ସିଂ ଯାଦବଙ୍କ ନାତୁଣୀ ଅଦିତି

ମୌନପୁର,୧୯।୩: ଯଦିଓ ସୈଫଇ ପରିବାରର ତିନି ପଢି ରାଜନୀତିର ଶିଖରକୁ ଛୁଇଁଛନ୍ତି, କିନ୍ତୁ ବର୍ତ୍ତମାନ ଏସପି ସଭାପତି ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବ ଏବଂ...

ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ

ରାଞ୍ଚି,୧୯।୩: ଝାଡ଼ଖଣ୍ଡ ମକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନିକଟରେ ନୋଟ ବଦଳରେ ଭୋଟ ମାମଲାରେ ସୀତା ସୋରେନଙ୍କ...

ଭାଜପାର ନୂଆ ଗେମ୍‌ ପ୍ଲାନ୍‌: ଏଥର ଏକତରଫା ହେବ ନିର୍ବାଚନ!

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ରାଜନୀତିରେ ଭାଜପା ନୂତନ ଗେମ୍‌ ପ୍ଲାନ। ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେ ମଙ୍ଗଳବାର...

ଆଜି ଆସିପାରେ ଭାଜପାର ତୃତୀୟ ଲିଷ୍ଟ୍‌: ଏହିସବୁ ହେଭିଓ୍ବେଟ୍‌ଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୩: ଭାରତୀୟ ଜନତା ପାର୍ଟିର କୋର କମିଟିର ବୈଠକରେ ଉତ୍ତରପ୍ରଦେଶର ଅବଶିଷ୍ଟ ୨୫ଟି ଆସନ ପାଇଁ ପ୍ରାର୍ଥୀ ଚୟନ ଉପରେ ଆଲୋଚନା କରାଯାଇଥିଲା। ସୂଚନାନୁସାରେ, ବାରବାଙ୍କି...

ଯେଉଁଠାରେ କେବେ ଚାଲିନାହିଁ ମୋଦି ମ୍ୟାଜିକ୍‌, ଏଥର ସେଠାରେ ବଦଳିବ ଇତିହାସ, ଜାଣନ୍ତୁ କ’ଣ କହୁଛି ସର୍ଭେ ଫଳାଫଳ

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି। ଗତଥର ପରି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ...

ନିର୍ବାଚନ ଲଢିବେ କଙ୍ଗନା, ଏହି ଆସନରୁ ଟିକେଟ୍‌ ଦେଇପାରେ ଭାଜପା

ନୂଆଦିଲ୍ଲୀ,୧୯।୩: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବୟାନକୁ ଯୋଗୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ଅଭିନେତ୍ରୀ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରନ୍ତି ଏବଂ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri