ଇନ୍ଦ୍ରାବତୀ ଅବବାହିକା ଅବହେଳିତ


ନବରଙ୍ଗପୁର, ୭।୧୨ (ବି.ପ୍ର.)-ନବରଙ୍ଗପୁର କୌଶଳ ବିକାଶ କେନ୍ଦ୍ରର ସଭାଗୃହ ଠାରେ ମଙ୍ଗଳବାର ଓଡିଶା ଏନର୍ଭରମେଣ୍ଟ କଂଗ୍ରେସ ପକ୍ଷରୁ ଇନ୍ଦ୍ରାବତୀ ଅବବାହିକା ଓ ପରିବେଶର ଚିରସ୍ଥାୟୀ ପରିଚାଳନା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଜଳ ବିଦ୍ୟୁତ ପ୍ରକଳ୍ପ ପରେ ଇନ୍ଦ୍ରାବତୀ ଅବବାହିକା ଅବହେଳିତ ହୋଇପଡିଛି । ପ୍ରକଳ୍ପ ପୂର୍ବରୁ ନବରଙ୍ଗପୁର ଜିଲାର ଇନ୍ଦ୍ରାବତୀ ଅବବାହିକା ଅଞ୍ଚଳରେ ପ୍ରଚୁର ଫସଲ ଉପତ୍।ଦନ ହେଉଥିଲା । ପ୍ରକଳ୍ପ ପରେ ଆଉ ଏହି ଅଞ୍ଚଳରେ ଚାଷ ହୋଇପାରୁନି । ନଦୀ ପାଶ୍ୱବର୍ତ୍ତୀ ପରିବେଶ ଓ ନଦୀର ଅବବାହିକା ପ୍ରତି ଅବହେଳା କରାଯାଇଛି । ଏଭଳି ନିର୍ଯ୍ୟାସ ବାହାରିଥିଲା । ପ୍ରକଳ୍ପ ନିର୍ମାଣ କରି ନବରଙ୍ଗପୁର ଜିଲାବାସୀଙ୍କୁ ଠକି ଦିଆଯାଇଛି । ବିସ୍ଥାପିତଙ୍କୁ ଏ ପର୍ଯ୍ୟନ୍ତ ଥଇଥାନ କରାଗଲା ନାହିଁ । ଜଳସେଚନର ବ୍ୟବସ୍ଥା କରାଗଲା ନାହିଁ । ଇନ୍ଦ୍ରାବତୀ ଅବବାହିକାର ବିକାଶ ପ୍ରତି ଗୁରୁତ୍ୱ ଦିଆଗଲା ନାହିଁ । ସେଭଳି ଶିକ୍ଷା ସ୍ବାସ୍ଥ୍ୟ, ଗମନାଗମନ ଇତ୍ୟାଦି କ୍ଷେତ୍ର ଅବହେଳା କରାଯାଇଛି । ପ୍ରକଳ୍ପ ପୂର୍ବରୁ ନଦୀର ପଟୁ ମାଟି ଲାଗି ସ୍ବଳ୍ପ ପାଣିରେ ଇନ୍ଦ୍ରାବତୀ ଅବବାହିକାରେ ଅନେକ ଫସଲ ହେଉଥିଲା । ଏବେ ନଦୀର ଧାର ଶୁଖିଗଲା ପରେ ଜଳସ୍ତର ୨ଶହ ମିଟର ତଳକୁ ଖସି ଯାଇଛି । ମାଟିର ଆଦ୍ରତା କମି କମି ଗଲାଣି । ନବରଙ୍ଗପୁର ଜିଲାବାସୀ ଅବଦାନରେ ପ୍ରକଳ୍ପ ଠିଆ ହେଲା । ପ୍ରକଳ୍ପ ଆରମ୍ଭ ହେବା ଆଗରୁ ଜିଲାବାସୀଙ୍କୁ ସୁନେଲି ସ୍ବପ୍ନ ଦେଖାଇ ଦିଆଗଲା । ପ୍ରକଳ୍ପ ନିର୍ମାଣ ପରେ ଗୋଟିଏ ବି ପ୍ରତିଶ୍ରୁତିକୁ ପୂରଣ କରାଗଲା ନାହିଁ । ଏଭଳି କରି ତଳମୁଣ୍ଡ ଅଞ୍ଚଳକୁ ଜଳ ଅଧିକାରରୁ ବଞ୍ଚିତ କରିଦିଆଗଲା ବୋଲି ପରିବେଶବିତ ବିମଳ ବେହେରା କହିଥିଲେ । ପ୍ରକଳ୍ପ ପାଇଁ ଯେତିକି ପରିମାଣର ଜଙ୍ଗଲକୁ ଧ୍ୱଂସ କରାଗଲା । ପରିବେଶକୁ ସନ୍ତୁଳିତ କରିବା ପାଇଁ ବ୍ୟାପକ ପରିମାଣରେ ବୃକ୍ଷରୋପଣ ପାଇଁ ଅନୁଦାନ ଆସିଲା କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ସେଭଳି ପ୍ରଫେସର ପରମାନନ୍ଦ ପଣ୍ଡା ସିଧାସଳଖ କହିଥିଲେ ଯେ, ଆଦିବାସୀଙ୍କ ସରଳତାର ସୁଯୋଗ ନିଆଯାଇ ସେମାନଙ୍କୁ ଜମି ଛଡାଇ ଗରୀବ କରିଦିଆଯାଇଛି । ସେଭଳି ପ୍ରକଳ୍ପ ନିର୍ମାଣ ପୂର୍ବରୁ ଓ ପ୍ରକଳ୍ପ ପରବର୍ତ୍ତି ସକାରାମତ୍କ ପ୍ରଭାବ ଉପରେ କୌଣସି ଯୋଜନା ହୋଇନଥିବା କର୍ମଶାଳାରେ ଆଲୋଚନା ହୋଇଥିଲା ା ଓଡିଶା ଏନର୍ଭରମେଣ୍ଟ କଂଗ୍ରେସ ପକ୍ଷରୁ ଓଡିଶାର ୧୧ଟି ନଦୀର ଅବବାହିକାର ସମସ୍ୟାକୁ ନେଇ ରାଜ୍ୟ ଓ ଜାତୀୟ ସ୍ତରୀୟ ସଂଘର୍ଷ କରାଯିବା ସେଭଳି ନିଜର ଅଧିକାର ପାଇଁ ଜନସଚେତନାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି କର୍ମଶାଳାକୁ ସ୍ବେଚ୍ଛାସେବୀ ସଙ୍ଗଠନ ଇସାରାର ସମ୍ପାଦକ ଗଜେନ୍ଦ୍ର ଦାସ ପରିଚାଳନା କରିଥିଲେ । ସେଭଳି କର୍ମଶାଳାରେ ଉଠାଜଳସେଚନ ନିର୍ବାହୀଯନ୍ତ୍ରୀ ଗଙ୍ଗାଧର ତ୍ରିପାଠୀ, ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରମୋଦ କୁମାର ସାହୁ ଯୋଗଦେଇ ଇନ୍ଦ୍ରାବତୀ ନଦୀର ଅବବାହିକାର ସମ୍ପର୍କରେ ଆଲୋଚନା କରିଥିଲେ ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri