ଦମ୍ପତିଙ୍କୁ ଏକାଠି କଲା ଆଇନସେବା ପ୍ରାଧିକରଣ


ରାୟଗଡା ଅଫିସ୍‌, ୬।୧୨- ରାୟଗଡା ଜିଲା ଆଇନସେବା ପ୍ରାଧିକରଣ ଦୀର୍ଘମାସଧରି ଅଲଗା ରହୁଥିବା ଏକ ଦମ୍ପତିଙ୍କୁ ବୁଝାସୁଝାକରି ଏକାଠି କରିପାରିଛି । ସେମାନେ ଜୀବନସାରା ଏକାଠି ରହିବୁ ବୋଲି ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଦୌରାଜଜ୍‌ ବିଶ୍ୱଜିତ ଦାସଙ୍କ ନିକଟରେ ଶପଥ ନେଇଥିଲେ । ପ୍ରକାଶ ଯେ, କାଶୀପୁର ବ୍ଲକ ହାଡିଗୁଡା ପଞ୍ଚାୟତ କେନ୍ଦୁଖୁଣ୍ଟି ଗ୍ରାମର ଗୁରୁ ନାୟକଙ୍କ ପୁଅ ଶ୍ୟାମସୁନ୍ଦର (୨୯) ୨୦୧୪ ଫେବୃୟାରୀ ୧୨ରେ ଦୁଡୁକାବାହାଲ ପଞ୍ଚାୟତ ଅଧୀନ ଦୁଡୁକାବାହାଲ ଗ୍ରାମରେ ରହୁଥିବା ସୁବାସ ଚନ୍ଦ୍ର ନାୟକଙ୍କ ଝିଅ ସୁନୀତାଙ୍କୁ ବିବାହ କରିଥିଲେ । ବାହାଘର ପରେ ସୁନୀତା ବାରମ୍ବାର ବାପ ଘରକୁ ଯାଇ ସେଠାରେ ରହୁଥିଲେ । ସେ ଗର୍ଭବତୀ ଥିବାବେଳେ ମଧ୍ୟ ଶାଶୁଘରକୁ ଆସି ନ ଥିଲେ । ଏ ସମ୍ପର୍କରେ ଗତ ଅଗଷ୍ଟ ୧ରେ ଶ୍ୟାମସୁନ୍ଦର ଜିଲା ଆଇନସେବା ପ୍ରାଧିକରଣ ଅଦାଲତରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତିକରି ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରି ଲିଟିଗେଶନ୍‌ କେଶ୍‌ ନମ୍ବର ୨୧/୨୦୧୭ ରୁଜୁ କରାଯାଇଥିଲା । ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦମ୍ପତି ଏବଂ ପରିବାରବର୍ଗଙ୍କୁ ନୋଟିସ କରାଯାଇଥିଲା । ଗତ ସେପ୍ଟେମ୍ବର ୨୧ରେ ଆଇନସେବା କାର୍ଯ୍ୟାଳୟକୁ ଦୁଇ ପରିବାର ଆସିଥିଲେ । ସେଠାରେ ଜିଲା ଦୌରାଜଜ୍‌ ବିଶ୍ୱଜିତ ଦାସ, ଜିଲା ଆଇନସେବା ପ୍ରାଧିକରଣର ସମ୍ପାଦକ ହୃଷୀକେଶ ସାହୁ, ଓକିଲ ସାମୁଏଲ ତାଣ୍ଡି ଉଭୟ ପରିବାର ଏବଂ ଦମ୍ପତିଙ୍କୁ ବୁଝାଶୁଝା କରାଇ ମିଶି ରହିବାକୁ ପରାମର୍ଶ ଦେଇଥିଲେ । ବୁଧବାର ସୁନୀତା, ସ୍ବାମୀ ଶ୍ୟାମସୁନ୍ଦର, ତାଙ୍କ ୨ବର୍ଷର ଝିଅ ସାଲିନିଙ୍କୁ ସାଙ୍ଗରେ ନେଇ ରାୟଗଡା ଜିଲା ଆଇନସେବା ପ୍ରାଧିକରଣ ଅଦାଲତକୁ ଆସିଥିଲେ । ଶ୍ୟାମସୁନ୍ଦର ରୁଜୁ କରିଥିବା ମାମଲାକୁ ପ୍ରତ୍ୟାହାର କରିନେଇଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri