ମାଙ୍ଗାନିଜ ବୋଝେଇ ଟ୍ରକକୁ ଜବତ କଲା ବନବିଭାଗ


ରାୟଗଡା ଅଫିସ୍‌,୬।୧୨- ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଗତ ୪ତାରିଖ ମଧ୍ୟରାତ୍ରିରେ ଏକ ମାଙ୍ଗାନିଜ ବୋଝେଇ ଟ୍ରକକୁ ଜବତ କରିଛି ବନବିଭାଗ। ଗୁମ୍ମା ଫରେଷ୍ଟର ଏଜେ ରାଜୁ, ଫରେଷ୍ଟ ଗାର୍ଡ ସୁବାଷ ସଦର, ଭାଷ୍କର ଚିଟି ପାଟ୍ରୋଲିଂ କରୁଥିତ୍ବାବେଳେ ରାୟଗଡା ଦେଇ ଆନ୍ଧ୍ରଅଭିମୁଖେ ଯାଉଥିବା ଗାଡି (ଏଟି-୧୬ଆଇଭି୬୦୦୫)କୁ ଯାଞ୍ଚ କରିଥିଲେ। ଉକ୍ତ ଗାଡିରେ ମାଙ୍ଗାନିଜ ବୋଝେଇ ଥିବାରୁ ଗାଡିକୁ ଅଟକ ରଖି ରାୟଗଡା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଡ୍ରାଇଭର ଶ୍ରୀନୁ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ହେଲପର ପି.ରାମୁଙ୍କୁ ଅଟକ ରଖାଯାଇଛି। ଏ ସମ୍ପର୍କରେ କୋରାପୁଟ ମାଇନିଂ ବିଭାଗକୁ ସୂଚନା ଦିଆଯାଇଥିଲା। ପରେ ମାଇନ୍ସ ବିଭାଗର ନର୍ଦ୍ଦେଶକ୍ରମେ କୋରାପୁଟରୁ ମାଙ୍ଗାନିଜ ଅଫିସର ଧରଣୀଧର ନାୟକ ଓ ସିନିୟର୍‌ ଇନ୍ସପେକ୍ଟର କମଳାକାନ୍ତ ନାୟକ ପହଞ୍ଚତ୍ ଗାଡିରେ ମାଙ୍ଗାନିଜକୁ ଦେଖିଥିଲେ। ମାଇନ୍ସ ବିଭାଗର କର୍ତ୍ତୃପକ୍ଷ ଉକ୍ତ ଗାଡିକୁ ଜବତ କରି ଇମ୍ଫା କମ୍ପାନୀର ପରିସରରେ ରଖିଛନ୍ତି। ଜବତ ହୋଇଥିବା ମାଙ୍ଗାନିଜର ନମୁନା ସଂଗ୍ରହ କରାଯାଇଛି। କ୍ୱାଲିଟି ଟେଷ୍ଟ ପାଇଁ ଭୁବନେଶ୍ୱରରେ ମିନେରାଲ ଲାବ୍ରୋଟୋରିକୁ ପଠାଯିବ। ସେଠାରେ ରିପୋର୍ଟ ଆସିବା ପରେ ଏହାର ମାନ ନିର୍ଦ୍ଧାରଣ ହେବ । ଗାଡିଟି କେରେଡା ଅଞ୍ଚଳର ରାଜେଶ ପାଡାଲାଙ୍କ ଗାଡି ବୋଲି ଜଣାପଡିଛି। ଏହି ମାଙ୍ଗାନିଜ ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଅନ୍ତର୍ଗତ ଶଙ୍କରଡା ଗ୍ରାମପଞ୍ଚାୟତ ଅଧିନସ୍ଥ କାଲାଧଡ଼ଶି ଗଁ।ରୁ ବେଆଇନ ଭାବେ ଲୋଡ ହୋଇ ଆନ୍ଧ୍ରକୁ ଚାଲାଣ ହେଉଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାର ତଦନ୍ତ ବନବିଭାଗ ପକ୍ଷରୁ ଜାରି ରହିଥିବା ବନଖଣ୍ଡ ଅଧୀକାରୀ ପ୍ରଭାକର ସେନାପତି କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri