ସ୍କୁଲରେ ପଡିଲା ଅଣ୍ଡା ଦରର ପ୍ରଭାବ, ଶିକ୍ଷକ ଦେଲେ ହାତରୁ ଟଙ୍କା


ମାଥିଲି,୬।୧୨(ଡି.ଏନ.ଏ)-ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ମାଥିଲି ବ୍ଲକ ଅଞ୍ଚଳରେ ଅଣ୍ତାକୁ ନେଇ ପ୍ରଭାବ ପରିଲକ୍ଷିତ ହୋଇଛି । ସରକାରୀ ମୂଲ୍ୟ ଅନୁଯାୟୀ ମିଳୁନି ଅଣ୍ତା । ଦର ବୃଦ୍ଧି ଫଳରେ ଏବେ ଶିକ୍ଷକମାନଙ୍କ ହାତରୁ ଯାଉଛି ଅର୍ଥ । ମାଥିଲି ବ୍ଲକରେ ଏହି ସମସ୍ୟା ଫଳରେ ଶିକ୍ଷୟତ୍ରୀଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରଙ୍କ ନିୟମକୁ ପ୍ରତିବାଦ କରିପାରୁନଥିବା ଶିକ୍ଷକମାନେ କୌଣସି ଉପାୟ ନପାଇ ହାତରୁ ମିଶାଇ ନେଉଛନ୍ତି ଅଣ୍ତା। ସୂଚନାଅନୁଯାୟୀ, ସର୍ବଶିକ୍ଷା ଅଭିଯାନ ତରଫରୁ ବିଦ୍ୟାଳୟରେ ପ୍ରତି ବୁଧବାର ଓ ଶନିବାର ୨ ଦିନ ଛାତ୍ରୀଛାତ୍ରଙ୍କୁ ଅଣ୍ତା ଦେବା ନିୟମ ରହିଛି । ଏବେ ବଜାରରେ ଅଣ୍ତା ଦର ୬ ରୁ ୭ ଟଙ୍କାରେ ବିକ୍ରି କରାଯାଉଛି । ତେବେ ସରକାରୀ ନିୟମରେ ବଜାରରେ ଅଣ୍ତା ଦରର ତାଳମେଳ ରହୁନଥିବାବେଳେ ଅଣ୍ତା ନେଇ ଛାତ୍ରୀଛାତ୍ରଙ୍କୁ ଦେବା ଅଭାବ ସଙ୍କଟ ପରିସ୍ଥିତି ଦେଖାଦେଇଛି। ସବୁ ସମୟରେ ଦରମାକୁ ନେଇ ଆଶା ଆଶାଙ୍କାରେ ରହୁଥିବା ଶିକ୍ଷକଙ୍କ ପକ୍ଷେ ହାତରୁ ଟଙ୍କା ମିଶାଇ ଛାତ୍ରୀଛାତ୍ରଙ୍କୁ ଅଣ୍ତା ଦେବା ସମ୍ଭବପର ହୋଇପାରୁନାହିଁ । କେତେକ ଶିକ୍ଷକ ନାମ ଗୋପନ ରଖି କହିଛନ୍ତି ଯେ, ହାତରୁ ଟଙ୍କା ମିଶାଇ ଅଣ୍ତା ନେଇ ଦେବା କଷ୍ଟକର ହୋଇପଡୁଛି । ଅର୍ଥର ଅନଟନ ହୋଇ ଧାରକରଜରେ ଅଣ୍ତା କିଣି ନେଇ ବ୍ଲକ ତଥା ଦୁର୍ଗମ ମହୁପଦର, କମାରପାଲି, କତାପାଲି, ଚେଡେଙ୍ଗା , କର୍ତ୍ତନପାଲି, କିଆଙ୍ଗ ଆଦି ଅଧ୍ୟୁଷିତ ଅଞ୍ଚଳର ବିଦ୍ୟାଳୟରେ ଅଣ୍ତା ଦିଆଯାଉଥିବା ଶିକ୍ଷକମାନେ କହିଛନ୍ତି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଏହାର ସମାଧାନ କରିବାକୁ ଦାବି ହୋଇଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri