ବନ୍ଧୁକ ଛାଡ଼ି ଧରିବେ ଗାଡ଼ି


ମାଲକାନଗିରି,୪।୧୨(ଡି.ଏନ୍‌.ଏ./ସ୍ବ.ପ୍ର)-ଦିନ ଥିଲା ଜଙ୍ଗଲରେ କଟୁଥିଲା ଜୀବନ। ସବୁବେଳେ ହାତରେ ରହିଥିଲା ବନ୍ଧୁକ । ଏବେ ସେହି ହାତ ଧରିବ ଗାଡ଼ିର ଷ୍ଟିୟରିଂ। ପରିବାର ପ୍ରତିପୋଷଣ ପାଇଁ ଏହା ହେବ ଏକମାତ୍ର ପନ୍ଥା। ମାଲକାନଗିରି ଜିଲା ପ୍ରଶାସନ ପୁଣି ଆମତ୍ସମର୍ପଣକାରୀ ମାଓବାଦୀଙ୍କ ଥଇଥାନ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି ା ଜିଲାରେ ଆମତ୍ସମର୍ପଣ କରିଥିବା ୧୬ ଜଣ ମାଓବାଦୀଙ୍କୁ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଆଇ.ଟି.ଡି.ଏ ସଭାଗୃହରେ ଡ୍ରାଇଭିଙ୍ଗ ତାଲିମ ପ୍ରଦାନ ପାଇଁ କାଉସେଲିଙ୍ଗ କରାଯାଇ ସ୍ବାଗତ କରାଯାଇଛି ।ଏଥିରେ ଆଇ.ଟି.ଡି.ଏର ନିଯୁକ୍ତିଭିତ୍ତିକ ନିୟୋଜନ ପ୍ରଶିକ୍ଷଣ ବିଭାଗ ପ୍ରକଳ୍ପ ପରିଚାଳକ ରାକେଶ ପ୍ରଧାନ, ଏଣ୍ଟି ନକ୍ସଲ ସେଲର ଡେପୁଟି କମାଣ୍ଡାଣ୍ଟ ଦେବାଶିଷ ମିଶ୍ର ଓ ଉପାସନା ଶିକ୍ଷା ଟ୍ରଷ୍ଟର କେନ୍ଦ୍ର ସଂଯୋଜକ ଅଶୋକ ବିଶ୍ୱାସ ଯୋଗଦେଇ ଆମତ୍ସମର୍ପଣକାରୀଙ୍କୁ ରୋଜଗାରକ୍ଷମ କରିବା ସହ ଆମତ୍ନିର୍ଭରଶୀଳ କରିବା ପାଇଁ ଏହା ଏକ ସୁଯୋଗ ବୋଲିି କହିଥିଲେ। ଆମତ୍ସମର୍ପଣ ପରେ ଏସ୍‌ପି ବହୁ ସାହାଯ୍ୟ କରୁଛନ୍ତି ା ଏହି ତାଲିମ ନେବା ପରେ ଆମେ ସୁଖରେ ଜୀବନଯାପନ କରିପାରିବୁୁ ବୋଲି ଆଶା କରୁଛୁ ଓ ଅନ୍ୟ ମାଓବାଦୀମାନେ ମଧ୍ୟ ମୁଖ୍ୟ ସ୍ରୋତରେ ସାମିଲ ହେଲେ ଏଭଳି ସହଯୋଗ ପାଇପାରିବେ ବୋଲି ଆମତ୍ସମର୍ପଣକାରୀ ମାଓବାଦୀ ବୁଦ୍ରା କବାସୀ କହିଛନ୍ତି । ମାଲକାନଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏମାନଙ୍କୁ ୪ ମାସ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହ ସେମାନଙ୍କ ସମସ୍ତ ରହିବା, ଖାଇବା ଓ ପ୍ରଶିକ୍ଷଣ ଖର୍ଚ୍ଚ ଆଇ.ଟି.ଡି.ଏ ବହନ କରିବ ବୋଲି ପ୍ରକଳ୍ପ ପରିଚାଳକ ପ୍ରଧାନ ପ୍ରକାଶ କରିଛନ୍ତି । ସେହିପରି ସାଧାରଣ ନାଗରୀକ ଭାବେ ଜୀବନ ଯାପନ କରି ନିଜ ପରିବାର ପାଇଁ କିଛି ରୋଜଗାରର ବାଟ ଫିଟାଇ ସରକାରୀ ସୁବିଧା ସୁଯୋଗ ନିଅନ୍ତୁ ବୋଲି ଏସପି ମୀନା କହିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri