କାର-ମୋଟରସାଇକେଲ ମୁହାଁମୁହିଁ: ୨ ଆହତ


ପଟ୍ଟାଙ୍ଗି, ୨।୧୨(ଡି.ଏନ.ଏ.)-କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କାଉଗୁଣ୍ଡା ଗ୍ରାମ ନିକଟ ୨୬ ନଂ ଜାତୀୟ ରାଜପଥରେ ଶନିବାର ଏକ କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ମୋଟର ସାଇକେଲର ୨ ଆରୋହୀ ଆହତ ହୋଇଛନ୍ତି। ସେମାନେ ହେଲେ ମୁକ୍ତି ପରିଚା ଓ ଅନିଲ ମାଳି। ଉଭୟଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରର ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କାର (ଏଚଆର୨୬-ଏଏସ- ୨୭୩୭)କୁ ସମ୍ମୁଖରୁ ଆସୁଥିବା ମୋଟର ସାଇକେଲ (ଓଡି ୦୭ସି-୯୧୬୭) ଧକ୍କା ଦେଇଥିଲା। ମୁକ୍ତି ଓ ଅନିଲ ଗୁରୁତର ଆହତ ହୋଇ ରାସ୍ତାକଡକୁ ଛିଟିକି ପଡିଥିଲେ। କାରରେ ଥିବା ଯାତ୍ରୀମାନେ ଉଭୟଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ଏବଂ ଏସଆଇ ଗୁରୁଦେବ କର୍ମୀ ଘଟଣା ସ୍ଥଳରେ ପହଞ୍ଚତ୍ କାର ଓ ମୋଟର ସାଇକେଲକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri