ପିଏଲ୍‌ଜିଏ ସପ୍ତାହ ଆରମ୍ଭ: ଗରିଲା ଯୁଦ୍ଧ କାରିବାକୁ ଆହ୍ବାନ


ମାଲକାନଗିରି,୨।୧୨(ସ୍ବ.ପ୍ର.)-ମାଓବାଦୀ ସଂଗଠନ ତରଫରୁ ବିଭିନ୍ନ ମାଓବାଦୀ ପ୍ରବଣ ଇଲାକା ସହ ବିଛିନ୍ନାଞ୍ଚଳରେ ଶନିବାର ପିଏଲ୍‌ଜିଏ ସପ୍ତାହର ପ୍ରଥମ ଦିନ ପାଳନ କରାଯାଇଛି। ସୁଚନାଅନୁଯାଇ ବିଚ୍ଛିନ୍ନାଞ୍ଚଳରେ ସହିଦ୍‌ ସାଥିଙ୍କୁ ମନେ ପକାଇ ଶହିଦ୍‌ ସ୍ତମ୍ଭ ନିକଟରେ ନାଚ ଗୀତ କରିଛନ୍ତି। ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ଜନ ନାଟ୍ୟ ଦଳମ ଦ୍ୱାରା ନାଗଗୀତ କରାଯାଇଥିବା ସୂଚନା ମିଳିଛି। ସହିଦ ସାଥିଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବାକୁ ଶପଥ ନେବା ସହ ପିଏଲ୍‌ଜିଏରେ ଯୁବତୀଯୁବକଙ୍କୁ ସାମିଲ କରିଛନ୍ତି। ପ୍ରଥମ ଦିନରେ ୧୮ତମ ପିଏଲଜିଏର ପ୍ରତିଷ୍ଠା ଦିବସକୁ ଉଦଘାଟନ କରିଛନ୍ତି। ମାଓବାଦୀନେତାମାନେ ଗରିଲା ପୁଦ୍ଧ କରିବାକୁ  ଆହ୍ବାନ ଦେଇଛନ୍ତି। ମାଓବାଦୀମାନେ ପୋଲିସର ଗତ ବିଧିକୁ ନଜର ରଖି ଭିନ୍ନଭିନ୍ନ ଗଁାରେ ପିଏଲ୍‌ଜିଏ ପାଳନ କରିବାର ମସୁଧା ଚଳାଇଛନ୍ତି। ସପ୍ତାହ ବ୍ୟାପି ପାଳନ କରିଥିବାକୁ ସାଧାରଣ ଜନତା ହଇରାଣ ହେଉଥିବା ପ୍ରଥମ ଦିନରୁ ଜଣାପଡିଛି। କୌଣସି ଅଘଟଣକୁ ଆଖିରେ ରଖି ରାଜ୍ୟ ପରିବହନ ନିଗମ ତରଫରୁ ସରକାରୀ ବସସେବା ବନ୍ଦ କରିଦିଆଯାଛି। ଫଳରେ ସବୁ ସରକାରୀ ବସ ବନ୍ଦ ରହିଛି। ସମ୍ବେଦନଶୀଳ ଅଞ୍ଚଳକୁ ଘରୋଇ ବସ୍‌ସେବା ବି ବନ୍ଦ ରହିଛି। କେବଳ ମାଲକାନଗିରିରୁ ଜୟପୁରକୁ କାଁ ଭା କେତୋଟି ଘରୋଇ ବସ୍‌ ଯାଉଛି। ଅଧିକ ସଂଖ୍ୟକ ଯାତ୍ରୀ ଥିବାବେଳେ ବସ ସଂଖ୍ୟା କମ୍‌। ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ସାଧାରଣରେ ମାଓବାଦୀଙ୍କ ବନ୍ଦକୁ ନିନ୍ଦା କରାଯାଇଛି। ଚର୍ଚ୍ଚା ହେଉଛି ପୋଲିସ୍‌ ମାଓବାଦୀ ଲଢେଇରେ ସାଧାରଣ ଜନତା କାହିଁକି ହଇରାଣ ହେବେ। ମାଓବାଦୀମାନେ ପୂର୍ବବର୍ଷ ମାନଙ୍କରେ ଏହି ଅବସରରେ ଛୋଟମୋଟ ଅଘଟଣ ଘଟାଉଥିବାରୁ ପୋଲିସ୍‌ ପ୍ରଶାସନ କଡା ସୁରକ୍ଷା ବନ୍ଦୋବସ୍ତ କରିଛନ୍ତି। ସୀମାନ୍ତକୁ ସିଲ୍‌ କରିବା ସହ ବିଭିନ୍ନ ଯାଗାରେ ପିକେଟିଂ କରି ଯାନବାହାନ ଯାଞ୍ଚ କରିବା ସହ କମ୍ବିଂ ଜୋରଦାର କରାଯାଇ ମାଓବାଦୀ ସଂଗଠନର ଗତିବିଧି ଉପରେ ନଜର ରଖିଥିବା ଏସ୍‌ପି ଜଗମୋହନ ମୀନା କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri