ମଧ୍ୟାହ୍ନଭୋଜନ ଓ ହଷ୍ଟେଲ ଦାୟିତ୍ୱ ଉପରେ ନଜର


ପଟ୍ଟାଙ୍ଗୀ,୨।୧୨(ଡି.ଏନ୍‌.ଏ)-ରାଜ୍ୟ ସରକାର କିପରି ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ନେଇ ଅନେକ ପଦକ୍ଷେପ ନେଉଛନ୍ତି। ବିଦ୍ୟାଳୟରେ ପୋଷାକ ବଣ୍ଟନଠାରୁ ଆରମ୍ଭକରି ପାଠପଢ଼ା ନିମନ୍ତେ ମାଗଣା ବହି, ମଧ୍ୟାହ୍ନଭୋଜନ, ହଷ୍ଟେଲରେ ରହି ପାଠ ପଢ଼ିବା ସୁବିଧା କରୁଛନ୍ତି। ତେବେ କେତେକ ବିଦ୍ୟାଳୟରେ ସରକାରଙ୍କ ଯୋଜନା କିପରି ସଫଳ ହେବ ସେନେଇ ଶିକ୍ଷୟିତ୍ରୀ ଶିକ୍ଷକମାନେ ଆଗ୍ରହ ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି। ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏବଂ ହଷ୍ଟେଲ ଦାୟିତ୍ୱ ନିଜ ଅଧୀନରେ ରଖିବାକୁ ବିଫଳ ହୋଇ କିପରି ଗ୍ରାମର କିଛି ବ୍ୟକ୍ତିଙ୍କୁ ଧରି ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରି ଘଟଣା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅମ୍ପାବାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ୧୮୦ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ବିଦ୍ୟାଳୟ ପରିସରରେ ପ୍ରାଇମେରୀ ସ୍କୁଲ ହଷ୍ଟେଲ ମଧ୍ୟ ରହିଛି ା ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ୬ ଜଣ ଶିକ୍ଷକ ରହିଛନ୍ତି। ସେଥିମଧ୍ୟରୁ ପ୍ରଧାନଶିକ୍ଷକ ବିରଞ୍ଚତ୍ ନାରାୟଣ ପରିଡାଙ୍କୁ ଗତ ୩ବର୍ଷ ହେଲା ତଳଗୋଲୁର କ୍ଲଷ୍ଟରର ସିଆର୍‌ସିସି ପଦରେ ନିଯୁକ୍ତି କରାଯାଇଛି। ଏହି ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷକ ମହେଶ୍ୱର ବେହେରାଙ୍କୁ ମଧ୍ୟ ଅଳ୍ପ ଦିନ ତଳେ ଅମ୍ପାବାଲି କ୍ଲଷ୍ଟରର ସିଆର୍‌ସିସି ଭାବେ ନିଯୁକ୍ତି ମିଳିଛି ା ସରକାରଙ୍କ ନିୟମ ଅନୁଯାୟୀ ନିଯୁକ୍ତି ପାଉଥିବା ସିଆର୍‌ସିସିମାନେ ମାସକରେ ୧୫ ଦିନ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବେ। ଅବଶିଷ୍ଟ ୧୫ ଦିନ କ୍ଲଷ୍ଟର ଅଧୀନରେ ଥିବା ବିଦ୍ୟାଳୟଗୁଡିକୁ ଗସ୍ତକରି ଶିକ୍ଷା ବ୍ୟବସ୍ଥା ତଦାରଖ କରିବେ। ସେମାନେ ଯେଉଁ ବିଦ୍ୟାଳୟକୁ ଯିବେ ସେଠାରେ ଛାତ୍ରୀଛାତ୍ରଙ୍କୁ ଯେକୌଣସି ବିଷୟ ଉପରେ ଗୋଟିଏ କ୍ଲାସ୍‌ ନେବେ। ସରକାରଙ୍କ ଏହି ନିୟମ ଏଠାରେ ପାଳନ କରାଯାଉନାହିଁ। ଉପରୋକ୍ତ ବିଦ୍ୟାଳୟର ସମ୍ପୃକ୍ତ ୨ଶିକ୍ଷକ ସିଆରସିସି ରୂପେ ନିଯୁକ୍ତି ପାଇବା ପରେ ନିଜ ବିଦ୍ୟାଳୟର କାର୍ଯ୍ୟ ସାରି ସିଆର୍‌ସିସି ଦାୟିତ୍ୱ ତୁଲାଇବାକୁ ଚାଲିଯାଉଛନ୍ତି। ଏହାର ସୁଯୋଗ ନେଇ ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଓ ହଷ୍ଟେଲ ଦାୟିତ୍ୱ କିପରି ନିଜ ଅକ୍ତିଆରକୁ ଆଣିବେ ସେ ନେଇ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି। ଫଳରେ ଛାତ୍ରୀଛାତ୍ରଙ୍କ ପାଠପଢା ପ୍ରଭାବିତ ହେଉଛି। ବିଗତ ଦିନରେ ଜଣେ ଶିକ୍ଷକ ପ୍ରଧାନଶିକ୍ଷକ ପରିଡାଙ୍କ ବିରୋଧରେ ଷଡଯନ୍ତ୍ର କରି ଗ୍ରାମର କିଛି ଲୋକଙ୍କୁ ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏଥିରେ ସଫଳ ନ ହେବାରୁ ସମ୍ପୃକ୍ତ ଶିକ୍ଷକ ଜଣକ ଗ୍ରାମର କିଛି ଲୋକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ଗତ ବୁଧବାର ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବିଦ୍ୟାଳୟକୁ ବନ୍ଦ କରିଥିଲେ । ଏହି ଖବରପାଇ ଗୁରୁବାର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ରଜନୀକାନ୍ତ ବଡନାୟକ ପହଞ୍ଚତ୍ ସମସ୍ତ ବିଷୟ ଶୁଣି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିଦ୍ୟାଳୟରୁ ତାଲା ଖୋଲିଥିଲା। ଏନେଇ ପ୍ରଧାନ ଶିକ୍ଷକ ପରିଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ମୁଁ ବିଦ୍ୟାଳୟକୁ ଆସିବା ପରଠାରୁ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ହେଉ ବା ହଷ୍ଟେଲ ଦାୟିତ୍ୱ ନିଜ ପାଖରେ ରଖିନାହିଁ । ବିଦ୍ୟାଳୟର ଅନ୍ୟ ଶିକ୍ଷକଙ୍କ ମଧ୍ୟରେ ୨ମାସ ଲେଖାଏ ରୋଟେସନ୍‌ କରି ଚଲାଇବା ପାଇଁ ଦାୟିତ୍ୱ ଦେଇଥାଏ ବୋଲି କହିଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri