ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ: ଅବିଭକ୍ତ କୋରାପୁଟ ଜିଲାରେ ହାଇଆଲର୍ଟ


ଜୟପୁର ୧।୧୨ (ନି.ପ୍ର.) ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରୁଥିବାରୁ ଅବିଭକ୍ତ କୋରାପୁଟ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି । ଜୟପୁର-ମାଲକାନଗିରି ବସ୍‌ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ଅବିଭକ୍ତ କୋରପୁଟ ଜିଲାରେ୧୬ଟି ରୁଟ୍‌ରେ ୨୧ରୁ ଅଧିକ ସରକାରୀ ବସ ଚଳାଚଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି । ୨ରୁ ୧୮ତମ ପିଏଲଜିଏ ସପ୍ତାହ ଆରମ୍ଭ ହେଉଛି। ଏଥିରେ ଯୁବତୀ ଯୁବକମାନେ ସାମିଲ ହେବାକୁ ଆହ୍ବାନ ମାଓବାଦୀମାନେ ଆହ୍ବାନ ଦେଇଛନ୍ତି। ଜୟପୁର ଜୋନର ୧୬ଟି ରୁଟ୍‌ରେ ବସ ଚଳାଚଳ ବନ୍ଦ କରାଯାଇଛି । ଆସନ୍ତା ୮ ତାରିଖ ଯାଏ ଏହା ବନ୍ଦ ରହିବ। ଏହି ସପ୍ତାହରେ ମାଓବାଦୀମାନେ ଯେପରି କିଛି ଅଘଟଣ ନଘଟାନ୍ତି ସେଥିପାଇଁ ଜିଲା ପୋଲିସ ପକ୍ଷରୁ ସୁରକ୍ଷାକୁ କଡାକଡି କରାଯାଇଛି। ମାଲକାନଗିରି ଜିଲା ରୁଟ୍‌ରେ ସରକାରୀ ବସ୍‌ ବନ୍ଦ ରଖାଯାଇ ଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣୀ ରୁଟ୍‌ ମଧ୍ୟ ବନ୍ଦ କରାଯାଇଛି । ଆନ୍ଧ୍ରର ଆରକୁ ଗୋଟିଏ ବସ୍‌, ଗୁପ୍ତେଶ୍ୱର ରୁଟ୍‌ରେ ଗୋଟିଏ, ପାବତୀପୁରମ, କାଶୀପୁର, ଭଦ୍ରାଚଳମକୁ ଗୋଟିଏ ଲେଖାଏ ଏବଂ ଭାୟା ରାୟଗଡା ଦେଇ ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ୱରକୁ ଚଳାଚଳ କରୁଥିବା ଏବଂ କୋଣାଗାଁ,ଗୁଣୁପୁରକୁ ବସ୍‌ ଚଳାଚଳ ବନ୍ଦ କରାଯାଇଛି ବୋଲି ଜିଲା ପରିବହନ ଅଧିକାରୀ ଗୋପାଳ ଜେନା କହିଛନ୍ତି । ଜିଲା ପୋଲିସ ତରଫରୁ ସୀମାନ୍ତ ଅଞ୍ଚଳକୁ ସିଲ୍‌ କରିବା ସହ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ଜିଲାର ସମସ୍ତ ଥାନା ଅଞ୍ଚଳକୁ ହାଇଆଲର୍ଟ ଜାରି କରାଯାଇଛି । ଏହି ସପ୍ତାହ ପାଳନ ସମୟରେ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ନେତାମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରି ସଙ୍ଗଠନକୁ ଅଧିକ ଶକ୍ତିଶାଳୀ କରାଯିବା, ପୋଲିସ ତଥା ସୁରକ୍ଷା ବଳଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା, ଯେଉଁ ଅଞ୍ଚଳରେ ସଙ୍ଗଠନ ଦୁର୍ବଳ ଅଛି ସେଠି ସ୍ଥାନୀୟ ଲୋକଙ୍କୁ ସାମିଲ କରିବା ନେଇ କ୍ୟାଡରମାନଙ୍କୁ ପରାମର୍ଶ ଦେଇଥାନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୦୦ ମସିହାରୁ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରିଆସୁଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri