ସାଇକେଲରୁ ପୋଲ ତଳକୁ ଖସି ୨ ଛାତ୍ରୀ ମୃତ


କୋରାପୁଟ, ୧।୧୨(ଡି.ଏନ.ଏ.) ଏକ ସାଇକେଲ ଦୁର୍ଘଟଣାରେ ୨ ଜଣ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ଗିର୍ଲିପୁଟ ସ୍କୁଲରେ ଗୁରୁବାର ଜେଇ ଟୀକା ନେବା ପରେ ହାନା ହିଆଲ ଓ ଲିପି ହିଆଲ ସାଇକେଲ ଯୋଗେ ନିଜ ଘର ଚାରଡାକୁ ଫେରୁଥିବା ବେଳେ ଏକ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଉଭୟେ ବ୍ରିଜ ତଳକୁ ଖସି ପଡିଥିଲେ। ାଗ୍ରାମବାସୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚତ୍ ଉଭୟଙ୍କୁ ମାଥାଲପୁଟ ଡାକ୍ତରଖାନାକୁ ନେଇଥିଲେ ା ମୁଣ୍ଡରେ ଗଭୀର ଆଘାତ ଯୋଗୁ ସେଠାରୁ ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ା ମାତ୍ର କୋରାପୁଟରେ ପହଞ୍ଚତ୍ବା ବେଳକୁ ବାଟରେ ହାନାଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲିପିଙ୍କୁ ରାତିରେ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ା ଶୁକ୍ରବାର ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ କଟକରେ ମୃତ୍ୟୁ ହୋଇଯାଇଛି ବୋଲି କୋରାପୁଟ ବ୍ଲକ ଉପାଧ୍ୟକ୍ଷ ତଥା ତାଙ୍କ ସମ୍ପର୍କୀୟ ମୁରଲି ଖରା କହିଛନ୍ତି। କୋରାପୁଟ ମେଡିକାଲରେ ହାନାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଖବର ପାଇ ଜିଲା ପରିଷଦ ସଭାପତି ପ୍ରଭୁ ଜାନି, ଲକ୍ଷ୍ମୀପୁର ବିଇଓ ବିକାଶ ଚନ୍ଦ୍ର ସରକାର, ଶିକ୍ଷକ ଶିଶିର ପାତ୍ର, ଭିତରଗଡ ସରପଞ୍ଚ ଶ୍ରୀଧର ଜାନି ପ୍ରମୁଖ ପହଞ୍ଚତ୍ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସରକାରଙ୍କ ନିୟମାନୁଯାୟୀ ୨ ଛାତ୍ରୀଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବିଇଓ କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri