ଜିଲାରେ ଏଡ୍‌ସ ସ୍ଥିତି: ୧୪ ବର୍ଷରେ ୨୩୫୧ ଆକ୍ରାନ୍ତ ୫୪୦ ଜଣଙ୍କ ମୃତ୍ୟୁ


କୋରାପୁଟ, ୩୦। ୧୧(ସ୍ବ.ପ୍ର.)- କୋରାପୁଟ ଜିଲାରେ ଏଡ୍‌ସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ରାଜ୍ୟର ଏଡ୍‌ସ ପ୍ରଭାବିତ ତାଲିକାରେ କୋରାପୁଟ ଜିଲା ଦ୍ୱିତୀୟ ଜିଲା ଭାବେ ସ୍ଥାନ ପାଇଛି । ଜିଲାରେ ୨୦୦୩ ମସିହାରୁ ୨୦୧୭ ଅକ୍ଟୋବର ଶେଷ ସୁଦ୍ଧା ୨୩୫୧ ଜଣଙ୍କ ରକ୍ତରେ ଏଡ୍‌ସ ଭୂତାଣୁ ଚିହ୍ନଟ ହୋଇଥିବାବେଳେ ଏହି ସମୟ ସୀମା ମଧ୍ୟରେ ଜିଲାରେ ୫୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲା ଏଡ୍‌ସ ସେଲ୍‌ ପକ୍ଷରୁ କୁହାଯାଇଛି ା ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୩୬୦ ପୁରୁଷ ୧୮୦ ମହିଳା ରହିଥିବା ଜଣାଯାଇଛି ା ଏହି ସମୟସୀମା ମଧ୍ୟରେ ଜିଲାର ଜୟପୁର ବ୍ଲକରେ ୬୫୪ ଜଣ ଏଡ୍‌ସ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୧୭୦ ଜଣଙ୍କର ମୃତ୍ୟୁ ହୋଇଛି ା କୋରାପୁଟ ବ୍ଲକର ୨୮୪ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୭୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସେମିଳିଗୁଡା ବ୍ଲକରେ ୨୫୩ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୬୫ ଜଣଙ୍କ ମୃତ୍ୟୁ ହୋଇଛି । ବୈପାରିଗୁଡା ବ୍ଲକରେ ୪୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ,ବନ୍ଧୁଗାଁ ବ୍ଲକରେ ୧୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ମୃତ୍ୟୁ, ବୋରିଗୁମ୍ମାରେ ୧୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣଙ୍କ ମୃତ୍ୟୁ, ଦଶମନ୍ତପୁର ବ୍ଲକରେ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ମୃ୍‌ତ୍ୟୁ, କୋଟପାଡରେ ୨୮୪ ଆକ୍ରାନ୍ତଙ୍କ ମଧ୍ୟରୁ୧୮ ଜଣଙ୍କ ମୃତ୍ୟୁ,କୁନ୍ଦୁରା ବ୍ଲକରେ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ, ଲମତାପୁଟ ବ୍ଲକରେ ୯ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକର ମୃତ୍ୟୁ, ଲକ୍ଷ୍ମୀପୁର ବ୍ଲକରେ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ, ନନ୍ଦପୁର ବ୍ଲକର ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ, ନାରାୟଣପାଟଣା ବ୍ଲକରେ ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ, ପଟ୍ଟାଙ୍ଗି ବ୍ଲକର ୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗର ରିପୋର୍ଟରୁ ଜଣାପଡିଛି । ଏଥିସହ ଜିଲାର ବିଭିନ୍ନ ପୌରପରିଷଦ ଅଞ୍ଚଳରେ ଏହି ସମୟ ସୀମାରେ ୭୦୯ ଜଣ ଏଡସ ରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ୧୨୮ ଜଣଙ୍କ ମୃତ୍ୟୁ ହୋଇଛି ା କୋରାପୁଟ ଜିଲାର ଜୟପୁର, କୋରାପୁଟ ଏବଂ ସେମିଳିଗୁଡା ବ୍ଲକ ଏଡ୍‌ସର ରେଡ ଲେବଲରେ ରହିଥିବା ଜଣାଯାଇଛି ା ଜିଲାରେ ଏଡସ ନେଇ ୩ ଲକ୍ଷ ୯୯ ହଜାର ୮୬୭ ଜଣଙ୍କୁ କାଉନସେଲିଂ କରାଯାଇଥିବାବେଳେ ସେଥିରୁ ୨ଲକ୍ଷ ୬୨ ହଜାର ୩୬୦ ଜଣଙ୍କ ରକ୍ତପରୀକ୍ଷା କରାଯାଇ ସେଥିରୁ ୨୩୫୧ ଜଣଙ୍କୁ ଏଡସ ହୋଇଥିବା ଚିହ୍ନଟ କରାଯାଇଥିଲା ଏଥିରେ ୮୭ ଜଣ ଶିଶୁ ଓ ୮୫ ଜଣ କନ୍ୟା ସନ୍ତାନ ରହିଥିବା ଜଣପଡିଥିଲା । ୨୦୦୩ରେ ଏଡସ ପଜେଟିଭ ରୋଗୀ ୧୭.୯୦ ପ୍ରତିଶତ ଥିବାବେଳେ ୨୦୧୭ରେ ଏହି ପ୍ରତିଶତ ୦.୩୪ ପ୍ରତିଶତକୁ ହ୍ରାସ ପାଇଛି । ଏନେଇ ଜିଲା ମୁଖ୍ୟ ଚିକିସତ୍ା ଅଧିକାରୀ ଡାକ୍ତର ଲିଳିତ କୁମାର ରଥଙ୍କୁ ପଚାରିବାରୁ ସେ କହିଲେ ଯେ, ଏହି ରୋଗରୁ ଦୂରେଇ ରହିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଫଳରେ ଜିଲାରେ ଏଡସ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସେହିପରି କୋରାପୁଟ ଜିଲାରେ ଡିସେମ୍ବର ୨ରୁ ଜାନୁୟାରୀ ୩୧ ଯାଏ ଜିଲାର କୋଟପାଡ, ଜୟପୁର ଓ ବୋରିଗୁମ୍ମା ଅଞ୍ଚଳରେ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ଲାଗି ରାଜ୍ୟ ଏଡସ ସେଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜିଲା ଏଡସ ସେଲର ଭାରପ୍ରାପ୍ତ ସଂଯୋଜକ ସବେଶ୍ୱର ବାରିକ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri