ଚିକିତ୍ସାଧୀନ ଭାଗ ଚାଷୀଙ୍କ ମୃତ୍ୟୁ,ଋଣ ଭାର ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ


ଜୟପୁର,୩୦।୧୧(ନି.ପ୍ର.)-ଋଣଭାର ସହି ନପାରି କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀ ନନ୍ଦ ମାଳିଙ୍କ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ା ଗୁୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ଉପଖଣ୍ଡ ଚିକିତ୍ସାଳୟରୁ କୋରାପୁଟ ଅଣାଯାଇଥିଲା। ଖବରପାଇ ସଦରଥାନା ପୋଲିସ ତାଙ୍କ ମୃତଦେହ ବ୍ୟବଛେଦ କରାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ନିର୍ମଳ ମହାପାତ୍ର କହିଛନ୍ତି । ଖବରରୁ ଜଣାପଡିଛି ଜୟପୁର ବ୍ଲକ ଅନ୍ତର୍ଗତ କାଳିଆଁ ଗାଁ ପଞ୍ଚାୟତର ମାଳିଦେଈପୁଟ ଗ୍ରାମର ନନ୍ଦ ୪ ଏକର ଜମିରେ ଭାଗଚାଷ କରିଥିଲେ । ଚାଷ ବାବଦରେ ଖର୍ଚ୍ଚ ପାଇଁ ସେ ହାତ ଉଧାରି ଆଣିଥିଲେ। ଫସଲ ଅମଳ ପରେ କରଜ ଟଙ୍କା ଶୁଝିବାକୁ ଚିନ୍ତା କରିଥିଲେ। ମାତ୍ର ପୋକ ଓ ବର୍ଷାରେ ଫସଲହାନି ଯୋଗୁ ନନ୍ଦ ଭାଙ୍ଗି ପଡିଥିଲେ। କରଜ ଟଙ୍କା କିପରି ଶୁଝିବେ ସେନେଇ ଚିନ୍ତାରେ ଥିଲେ। ବୁଧବାର ସେ କୀଟନାଶକ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ତାଙ୍କ ପୁତୁରା ନନ୍ଦ ସନ୍ଦୁର ମାଳି କହିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri