ରାସ୍ତା ପ୍ରଶସ୍ତୀକରଣ ପାଇଁ ମାପଚୁପ


ପାରଳାଖେମୁଣ୍ଡି,୩୦। ୧୧(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ପ୍ରସ୍ତାବିତ ରାସ୍ତା ପ୍ରଶସ୍ତୀକରଣ ପାଇଁ ବନ ବିଭାଗ, ବିଦ୍ୟୁତ ବିଭାଗ ଓ ପୂର୍ତ୍ତ ବିଭାଗ ପକ୍ଷରୁ ମିଳିତ ଭାବେ ମାପଚୁପ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁସବୁ ସ୍ଥାନ ଉଚ୍ଛେଦ କରାଯିବ ସେଗୁଡ଼ିକ ଚିହ୍ନଟ କରାଯାଇଛି। ସୂଚନା ଯୋଗ୍ୟ, ବେଆଇନ ଘର ନିର୍ମାଣ ତଥା ଜବରଦଖଲ ଯୋଗୁ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ଉପୁଜୁଛି। ଏ ନେଇ ଜନସାଧାରଣରେ ଅସନ୍ତୋଷ ଦେଖା ଦେବା ପରେ ପ୍ରଶାସନ ପକ୍ଷରୁ ରାସ୍ତା ପ୍ରଶସ୍ତୀକରଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଫରେଷ୍ଟ ଗେଟ ନିକଟରୁ ରାଣୀପେଣ୍ଠାସ୍ଥିତ ଗୁମ୍ମା ନାଳ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କରାଯିବାକୁ ପ୍ରଶାସନ ସ୍ଥିର କରିଛି। ଏଥିଲାଗି ରାସ୍ତା ଉଭୟ ପାର୍ଶ୍ୱରୁ ଦୋକାନ ଘର, ବିଦ୍ୟୁତ ଖୁଣ୍ଟ ଓ ବାସଗୃହ ଉଚ୍ଛେଦ କରାଯିବ। ଏହି କାରଣରୁ ସମ୍ପୃକ୍ତ ଲୋକେ ଛାନିଆ ହୋଇପଡିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri