ବାଇକ୍‌ ଦୁର୍ଘଟଣାରେ ୩ ଗୁରୁତର


ରାୟଗଡା ଅଫିସ୍‌,୩୦।୧୧-ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ଶିକରପାଇ ବଜାର ନିକଟରେ ଗୁରୁବାର ଏକ ବାଇକ୍‌ ଦୁର୍ଘଟଣା ଘଟି ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚକ୍ରକଲାମ ଗ୍ରାମର ଦାସ ହୁଇକା(୨୫), ରାମଚନ୍ଦ୍ର କୁଲସୀକା(୨୦), ଆପ୍ପାରାଓ ପ୍ରାସ୍କା(୨୫) । ପୂର୍ବାହ୍ନ ୮ଟା ସମୟରେ ନିଜ ଗ୍ରାମରୁ ଶିକରପାଇ ବଜାରକୁ ସାମଗ୍ରୀ କିଣିବାକୁ ଯାଇ ଫେରିବା ସମୟରେ ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନଙ୍କୁ ପ୍ରଥମେ ଶିକରପାଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୩ଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ସେମାନଙ୍କୁ ରାୟଗଡା ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri