ଅଧାରେ ଅଟକିଛି ୧୮କିମିର ରାସ୍ତାକାମ


ନବରଙ୍ଗପୁର,୧୦।୧୧(ବି.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁର ଚନ୍ଦାହାଣ୍ଡି ମଧ୍ୟରେ ୧୮କିମି ରାସ୍ତା ନିର୍ମାଣ କାମ ଅଧାରେ ଅଟକିଛି। ଜାଲ୍‌ ଟିଡିଆର ଦେଇ ଠିକାଦାରଙ୍କ ନାଁରେ ମାମଲା ରୁଜୁ ହେବା ପରେ ଏହି ରାସ୍ତାକାମ ବନ୍ଦ ରହିଛି। ନିର୍ମାଣ ପାଇଁ ଥିବା ଧାର୍ଯ୍ୟ ସମୟସୀମା ଗତ ଅକ୍ଟୋବରରେ ସରିଥିଲେ ମଧ୍ୟ କାମ ଶେଷ ନ ହେବା ଯୋଗୁଁ ସ୍ଥାନୀୟ ଲେକେ ହନ୍ତସନ୍ତ ହେଉଛନ୍ତି। ଝରିଗାଁରୁ ଚନ୍ଦାହାଣ୍ଡି ମଧ୍ୟରେ ୧୮କି.ମି ରାସ୍ତା ନିର୍ମାଣ ନିର୍ମାଣ ପାଇଁ ସ୍ଥିର ହୋଇଥିଲା। ଏଥିରୁ ୫କିମି ପାଇଁ ରାଜ୍ୟ ଯୋଜନାରେ ୫କୋଟି ୪୩ଲକ୍ଷ ଟଙ୍କାର ଅନୁଦାନ ଥିବାବେଳେ ଅବଶିଷ୍ଟ ୧୩କିମି ପାଇଁ ନାବାର୍ଡ ଅନୁଦାନ ଦେଇଥିଲା। ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ଏହି କାମ ଶେଷ କରାଯିବାକୁ ଠିକାଦାରଙ୍କୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଟାର୍ଗେଟ ଦେଇଥିଲେ ା ତେବେ ଠିକାଦାର ଜାଲ ଟିଡିଆର ଦେଇ ଏବେ ଅଡୁଆ ପରିସ୍ଥିତିରେ ରହିଛି ା ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ା ଏଭଳି ପରିସ୍ଥିତିରେ ଏହି ରାସ୍ତା ସେ ମଧ୍ୟରେ ଥିବା ନୂତନ ପୋଲ କାର୍ଯ୍ୟ ଅଧାରେ ଅଟକି ରହିଛି । ବିଶେଷ କରି ଚନ୍ଦାହାଣ୍ଡି ଘାଟି ରାସ୍ତା ଅତିଶୟ ଦୟନୀୟ ହୋଇ ପଡିଛି । ଘାଟି ରାସ୍ତାର ୮ଶହ ମିଟର ରାଜ୍ୟ ଯୋଜନା ଓ ୭୦୦ମିଟର ନାବାର୍ଡ ଅନୁଦାନରେ ନିର୍ମାଣ ହେବାରେ ଥିଲା । ଏହି ଘାଟି ରାସ୍ତାରେ ୩ ବର୍ଷ ତଳେ ଯାତ୍ରା ପାର୍ଟିଗାଡି ଓଲଟି ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଏହି ମାର୍ଗରେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ସରକାର ଓ ପ୍ରଶାସନ ଗୁରୁତ୍ୱ ଦେବାକୁ ଦାବି ହେଉଛି । ଏନେଇ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ ସାମଲଙ୍କୁ ପଚାରିବାରୁ ସେ କହିଥିଲ ଯେ, ଠିକାଦାରଙ୍କ ନାମରେ ଏତଲା ହେବା ପରେ ଯେଉଁ ସବୁ କାମ ସମ୍ପୂର୍ଣ୍ଣ ହୋଇଛି ତାହାର ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯିବ । ଅନ୍ୟଯେଉଁ ଉନ୍ନୟନ କାର୍ଯ୍ୟ ବକେୟା ଅଛି ତାହାର ଆକଳନ ରିପୋର୍ଟ ଦିଆଯିବ । ପରେ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ । ଏ ନେଇ କିଛି ଦିନ ବିଳମ୍ବ ଘଟିପାରେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri