ଧାନ ମଣ୍ଡିର ଶୁଭାରମ୍ଭ, ଚୋରା କାରବାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ


ମାଲକାନଗିରି,୧୦।୧୧(ଡି.ଏନ.ଏ)- ମାଲକାନଗିରି ଜିଲା ସଦରସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଧାନ କ୍ରୟ (ମଣ୍ଡି)ର ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି ।  ଏହାକୁ ଜିଲା ପରିଷଦ ସଭାପତି ଦଶରଥ ପଡ଼ିଆମି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି, ଜିଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି, କୃଷି ଉପନିର୍ଦ୍ଦେଶକ ପ୍ରଦୀପ କୁମାର ଦେ, ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ବିଜୟ କୁମାର ବିଶି, ନୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାୟକ ଯୋଗଦେଇଥିଲେ। ପଞ୍ଜିକୃତ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବା ପରେ ୭ଦିନ ମଧ୍ୟରେ ସେମାନଙ୍କର ସରକାରୀ ଧାର୍ଯ୍ୟ ମୂଲ୍ୟ ନିଜ ବ୍ୟାଙ୍କ ଖାତାରୁ ଉଠାଇ ପାରିବେ ବୋଲି କହିବା ସହ ଚାଷୀମାନେ ଯେପରି ନିଜ ଗ୍ରାମର ନିକଟତମ ମଣ୍ଡିରେ ଧାନ ବିକ୍ରି କରିପାରିବେ ସେଥିପାଇଁ ମଣ୍ଡି ଗୁଡ଼ିକରେ ଚାଷୀଙ୍କ ଧାନ ରଖିବା, ବିଦ୍ୟୁତିକରଣ , ବିଶ୍ରାମ ନେବା, ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ା ଚଳିତ ବର୍ଷ ମାଲକାନଗିରି ଜିଲାରେ ରାଜ୍ୟର ସର୍ବାଧିକ ବୃଷ୍ଟିପାତ ହୋଇଥିବାରୁ ଧାନ ଫସଲ ଭଲହୋଇଛି। ଗତ ବର୍ଷ ଧାନର ମୂଲ୍ୟ ସରକାର କୁଇଣ୍ଟାଲ ପିଛା ୧୫୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ  ଚଳିତ ବର୍ଷ କୁଇଣ୍ଟାଲ ପ୍ରତି ୧୫୯୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଧାନରେ ଥିବା ମାଟି ,ଗୋଡ଼ି, ବାଲି ,ଗୁଣ୍ଡ, କାଠି, କୁଟା ଓ ଅଗାଡ଼ି ପାଇଁ କୁଇଣ୍ଟାଲ ପିଛା ୧ପ୍ରତିଶତ ସେହିପରି ନିକୃଷ୍ଟ ବେରଙ୍ଗି, ପୋକଖିଆ ଓ ପାଣିଫୁଲା ଧାନ ପାଇଁ ୫ ପ୍ରତିଶତ ଅପରିପକ୍ୱ , ମଲା ବା ଚାଉଳ ବାହାରୁ ନଥିବା ଧାନର କୁଇଣ୍ଟାଲ ପ୍ରତି ୩ ପ୍ରତିଶତ ସରୁ ଧାନରେ ମିଶ୍ରିତ ମୋଟା ଧାନ ଏବଂ ଜଳୀୟ ଅଂଶଥିବା ଧାନ ପାଇଁ କୁଇଣ୍ଟାଲ ପ୍ରତି ୧୭ପ୍ରତିଶତ କଟାଯିବ। ଚାଷୀମାନେ ଧାନ ଅମଳ ପରେ ମଣ୍ଡିରେ ବିକ୍ରି କରିବା ପାଇଁ ପରାମର୍ଶ ଦିଆଯାଇଛି। ଚଳିତ ବର୍ଷ ଜିଲା ବାହାରକୁ ଚୋରା ଚାଲାଣ କରୁଥବା ଧାନ ବ୍ୟବସାୟୀ ଏବଂ ଗାଡ଼ି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରକାଶ କରିବା ସହ  ଗତବର୍ଷ ୩୪ ଟି ମଣ୍ଡି ଖୋଲାଯାଇଥିବା ବେଳେ ଚାଷୀଙ୍କ ସୁବିଧା ପାଇଁ ଚଳିତ ବର୍ଷ ୬୦ ଟି ମଣ୍ଡି ଖୋଲାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲାର ୨୪ ହଜାର ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଏହି ପ୍ରକିୟା ଚାଲୁରହିଛି । ଗତବର୍ଷ ୭ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିବା ବେଳେ ଚଳିତ ବର୍ଷ ୧୦ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାରୁ ଚାଷୀମାନେ ହତାଶ ନହେବାକୁ ଜିଲାପାଳ ଚକ୍ରବର୍ତ୍ତି ପ୍ରକାଶ କରିଛନ୍ତି ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri