ତେନ୍ତୁଳି ଲୋଭ ଦେଉଛି ଯନ୍ତ୍ରଣା


ମାଲକାନଗିରି,୧୦।୧୧(ସ୍ବ.ପ୍ର.) ତେନ୍ତୁଳି ବିଛାଇବାକୁ ଯାଇ ଗଛରୁ ପଡି ଗୁରୁତର ହେବା ପରେ ଏବେ ମେଡିକାଲ ବେଡରେ ଯନ୍ତ୍ରଣାରେ ଶଢୁଛନ୍ତି ରମେଶ ଭୂମିୟା (୧୧)। ସାମାନ୍ୟ ଅସାବଧାନତା ହେତୁ ତାଙ୍କୁ ଭୋଗିବାକୁ ପଡିଛି ଏହି ଦଶା। ତେବେ ଗରିବ ପରିବାରର ଏହି ଛାତ୍ର ଜଣକ ଅର୍ଥାଭାବରୁ ଆବଶ୍ୟକ ଚିକିତ୍ସା ସେବା ପାଇପାରୁନାହାନ୍ତି। ଏପରିକି ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଇନାହାନ୍ତି ପ୍ରଶାସନିକ ଅଧିକାରୀ କିମ୍ବା ତାଙ୍କ ସ୍କୁଲ କର୍ତ୍ତୃପକ୍ଷ। ଏଥିଯୋଗୁ ତାଙ୍କ ମନରେ ଛାଇଯାଇଛି ନିରାଶ। ସୂଚନାଯୋଗ୍ୟ, ମାଲକାନଗିରି ଜିଲା ମାଥିଲି ବ୍ଲକ କମାରପାଲି ପଞ୍ଚାୟତ ମୁଣ୍ଡାଗୁଡା ଗ୍ରାମର ସ୍ବର୍ଗତ ଦଶରଥ ଭୁମିୟାଙ୍କ ପୁଅ ରମେଶ। ଗାଁ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ପାଠ ପଢନ୍ତି ା ଗତ ମଙ୍ଗଳବାର ତାଙ୍କର ମା’ ନିଳା ରମେଶଙ୍କୁ ଖାଇବାକୁ ଦେଇ ସ୍କୁଲକୁ ପଠାଇ ଜମିକୁ ଧାନ କାଟିବାକୁ ଚାଲିଯାଇଥିଲେ । ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ରମେଶ ଏକ ତେନ୍ତୁଳି ଗଛରେ ଚଢି ତେନ୍ତୁଳି ବିଛାଉଥିବା ସମୟରେ ହଠାତ ଗୋଡ ଖସି ଯିବାରୁ ତଳେ ମୁହଁ ମାଡି ପଡିଯାଇଥିଲେ । ଏହାକୁ ଦେଖି ପାଖରେ ଥିବା ଛାତ୍ରୀଛାତ୍ରମାନେ ଶିକ୍ଷକଙ୍କୁ ଡାକ ପକାଇଥିଲେ । ଶିକ୍ଷକ ସେଠାରେ ପହଞ୍ଚତ୍ ରମେଶଙ୍କ ମା’ଙ୍କୁ ଖବର ଦେଇ ମହୁପଦର ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ । ରମେଶଙ୍କ ମା ସେଠାରେ ପହଞ୍ଚତ୍ବା ପରେ ଶିକ୍ଷକ ବିଦ୍ୟାଳୟକୁ ଫେରି ଆସିଥିଲେ। ରମେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ସେ ଏଠାରେ ଚିକିତ୍ସାଧୀନ ଅଛନ୍ତି। ରମେଶଙ୍କ ବାପା ଦଶରଥଙ୍କର ୫ବର୍ଷ ହେଲା ମୃତ୍ୟୁ ଘଟିଲାଣି। ବିଧବା ମା’ ନୀଳାବତି ବହୁ କଷ୍ଟରେ ପର ଘରେ ମୂଲ ମଜୁରି ଲାଗି ପୁଅକୁ ପାଠ ପଢାଇବା ପାଇଁ ସ୍କୁଲକୁ ପଠାଉଥିଲେ । ଏବେ ପୁଅ ଗଛରୁ ପଡି ଆହତ ହୋଇଥିଲେ ବି କେହି ବି ତାଙ୍କୁ ସାହା ହେଉନାହାଁନ୍ତି ।ନୀଳାବତୀଙ୍କ କୋଳରେ ଝିଅଟିଏ। ଏପରି ଅବସ୍ଥାରେ ସେ କଣ କରିବେ ଭାଳି ହେଉଛନ୍ତି। ପୁଅର ମୁହଁ ଓ କାନ୍ଧରେ ଆଘାତ ଲାଗିଛି। ତାର ଭଲ ଚିକିତ୍ସା ପାଇଁ ବଡ ଡାକ୍ତରଖାନକୁ ନେବାକୁ ପଡିବ ବୋଲି ଡାକ୍ତର କହୁଛନ୍ତି, ହେଲେ ତାଙ୍କ ନିକଟରେ ଟଙ୍କା କାହିଁ ଯେ ସେ ଅନ୍ୟତ୍ର ନେବେ । ତେଣୁ ମନଦୁଃଖରେ ହସପିଟାଲରେ ପୁଅ ପାଖରେ ବସିରହି ଭଗବାନଙ୍କୁ ଡାକୁଛନ୍ତି ଶିଘ୍ର ରମେଶଙ୍କୁ ଭଲ କରିଦେବା ପାଇଁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri