ମାଓବାଦୀ କ୍ୟାମ୍ପରେ ଚଢାଉ: ବିପୁଳ ବିସ୍ଫୋରକ ଜବତ


ମାଲକାନଗିରି, ୯ା୧୧(ସ୍ବ.ପ୍ର.)- ସୀମାନ୍ତ ଛତିଶଗଡ ରାଜ୍ୟର ଚିନ୍ତାବାଗୁ ଓ ଗମାଗୁଣ୍ଡା ଜଙ୍ଗଲରେ ଚାଲିଥିବା ମାଓବାଦୀ କ୍ୟାମ୍ପ ଉପରେ ଗୁରୁବାର ପୋଲିସ ଚଢାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ବସ୍ତର ରେଞ୍ଜ ଡିଆଇଜି ସୁନ୍ଦରରାଜ ପି. କହିଛନ୍ତି ଯେ, ଚିନ୍ତାବାଗୁ ଓ ଗମାଗୁଣ୍ଡା ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ ପକାଇଥିବା ପୋଲିସ ସୂଚନା ପାଇଥିଲା। ଏହପରେ ସେହି ଅଞ୍ଚଳରେ ସୁକମା ଓ ବିଜାପୁର ପୋଲିସର ଏସଟିଏଫ ଏବଂ ସିଆରପିଏଫ ପକ୍ଷରୁ ମିଳିତ କମ୍ବିଂ ଅପରେଶନ କରାଯାଇଥିଲା। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀମାନେ ଭୟରେ କ୍ୟାମ୍ପ ଛାଡି ପଳାୟନ କରିଥିଲେ। ଘଟଣାସ୍ଥଳରୁ ବିସ୍ଫୋରକ ସାମଗ୍ରୀ, ବନ୍ଧୁକ, କିଟ୍‌ ବ୍ୟାଗ, ମାଓବାଦୀମାନେ ବ୍ୟବହାର କରୁଥିବା କିଛି ସାମଗ୍ରୀକୁ ପୋଲିସ ଜବତ କରିଛି। ଦରଭା ମାଓବାଦୀ କମିଟି ପକ୍ଷରୁ ଏହି ଅଞ୍ଚଳରେ ଶିବିର କରି ବଡଧରଣର ହିଂସାକାଣ୍ଡ ଘଟାଇବା ଆଶଙ୍କା କରାଯାଉଥିବା ଡିଆଇଜି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ସପ୍ତାହେ ହେଲା ବସ୍ତର ଜିଲାର ଦାନ୍ତଓ୍ବୋଡା, ବିଜାପୁର, ସୁକ୍‌ମା, ନାରାୟଣପୁର ପ୍ରଭୃତି ଅଞ୍ଚଳରେ ଓଡିଶା-ଆନ୍ଧ୍ର ଓ ଛତିଶଗଡ଼ ପୋଲିସ ପକ୍ଷରୁ ମିଳିତ ଭାବେ ‘ଅପରେଶନ ପ୍ରହାର’ ନାମକ ମାଓବାଦୀ ଦମନ ଅପରେଶନ ଆରମ୍ଭ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦ ମାଓବାଦୀ ନିହତ ହୋଇଥିବା ବେଳେ ୨୦ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ବହୁ ପରିମାଣର ବିସ୍ଫୋରକ, ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ ସାମଗ୍ରୀ ଜବତ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri