ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା


ରାୟଗଡା ଅଫିସ୍‌,୯।୧୧- ରାୟଗଡା ସହରର ଜେସ୍କୋ କଲୋନୀରେ ଗୁରୁବାର ଜଣେ ମହିଳା ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ଜେସ୍କୋ କଲୋନୀରେ ରହୁଥିବା କେ ଆପ୍ପାରାଓଙ୍କ ସ୍ତ୍ରୀ କେ.ସତ୍ୟାବତୀ(୩୪)। ସୂଚନାଯୋଗ୍ୟ, ୮ ପୂର୍ବେ ତାଙ୍କର ବିବାହ ହୋଇଥିଲା। ପରେ କୌଣସି କାରଣ ବସତ ଉଭୟଙ୍କ ମଧ୍ୟରେ ମତଭେଦ ହେବାରୁ ଛାଡପତ୍ର ପାଇଁ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲା ବର୍ତ୍ତମାନ ବିଚରାଧିନ ଥିବା ବେଳେ କେ.ସତ୍ୟାବତୀ ତାଙ୍କ ସ୍ବାମୀଙ୍କୁ ଛାଡି ନିଜ ଭଉଣୀ ବି.ରାଜେଶ୍ୱରୀଙ୍କ ଘରେ ରହୁଥିଲେ। ଗୁରୁବାର ରଜେଶ୍ୱରୀ ଘରେ ପୂଜା କରୁଥିବା ସମୟରେ ଅନ୍ୟ ଏକ ବଖରାରେ କେ.ସତ୍ୟାବତୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବରପାଇ ରାୟଗଡା ପୋଲିସ୍‌ ଏସଆଇ ସୁରେଶ କୁମାର ବେହେରା ଓ ଅନ୍ୟ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ରାୟଗଡା ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଏ ନେଇ ପୋଲିସ୍‌ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୩୨/୨୦୧୭ରେ ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri