ଆଇନ ସେବା ଦିବସ ପାଳିତ


ମାଲକାନଗିର,୯।୧୧(ଡି.ଏନ.ଏ)- ଜାତୀୟ ଆଇନସେବା ପ୍ରାଧିକରଣ ଓ ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଧେଶାନୁସାରେ, ମାଲକାନଗିରି ଜିଲାରେ ୧୦ ଦିନ ଧରି ଚାଲିବାକୁ ଥିବା ଆଇନ ସଚେତନତା ଓ ପ୍ରଚାର ଅଭିଯାନ ସେବା ଗୁରୁବାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଜିଲା ଆଇନ ସେବା ପ୍ରାଧିକରଣ ମାଲକାନଗିରି ଆନୁକଲ୍ୟରେ ଏକ ସାଇକେଲ ପରିକ୍ରମା ଓ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲା ଜଜ ତଥା ଆଇନ ସେବା ପ୍ରାଧିକାରଣର ଅଧ୍ୟକ୍ଷ ମାନସ କୁମାର ମିଶ୍ର ଶୁଭରାମ୍ଭ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରେଜଷ୍ଟ୍ରାର ପ୍ରଶାନ୍ତ ନାୟକ, ଆଇନ ସେବା ପ୍ରାଧିକରଣର ସଚିବ ଅମିତ ସ୍ବରୂପ ସେଠ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି, ମୋଟୁ ସନ୍ତୋଷ ପଟ୍ଟନାୟକ, ଅତିରିକ୍ତ ଜିଲାପାଳ ରଘୁମଣି ଗମାଙ୍ଗ, ସମାଜସେବୀ ସୁଧାକର ଦାସ, ଅଶୋକ କୁମାର ପଟ୍ଟନାୟକ , ଦିନବନ୍ଧୁ ଦାସ, ଅଧ୍ୟାପକ ରଞ୍ଜନ କୁମାର ସ୍ବାଇଁ ଆଇନୀଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ସାଇକେଲ ପରିକ୍ରମା ଓ ପଦଯାତ୍ରାରେ ଏହି କାର୍ଯ୍ୟକ୍ରମ ଜିଲା କୋର୍ଟଠାରୁ ଆରମ୍ଭ ହୋଇ ମାଲକାନଗିରି ମୁଖ୍ୟରାସ୍ତା ଦେଇ ଜିଲାପାଳ, ଜିଲା ଆରକ୍ଷୀ କାର୍ଯ୍ୟାଳୟ, ଦୈନିକ ବଜାର, ବସଷ୍ଟାଣ୍ଡ, ଜିଲା ମୁଖ୍ୟ ଚିକିସତ୍ାଳୟ ଦେଇ କୋର୍ଟ ପରିସରକୁ ଫେରିଥିଲା। କାର୍ଯ୍ୟକ୍ରମରେ ୮ଟି ମହାବିଦ୍ୟାଳୟର ଛାତ୍ରୀଛାତ୍ର ଓ ସାମାଜିକ କର୍ମୀ ସଂଗଠନ ଅଂଶଗ୍ରହଣ କରିଥିଲେ। ସେହିପରି ଜାତୀୟ ସମର ଶିକ୍ଷା ବାହିନୀ, ମାଲକାନଗିରି ମହାବିଦ୍ୟାଳୟ, ଯୁବରେଡ୍‌କ୍ରସ ସାମାଜିକ କର୍ମୀ, ଜାତୀୟ ସେବା ସଂସ୍ଥାର ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଖବରଦାତା, ସାଧାରଣ ବର୍ଗ, ଜିଲାକୋର୍ଟ ଓ ଜିଲା ଆଇନସେବା ପ୍ରାଧିକରଣର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ବିଭିନ୍ନ ପ୍ରକାର ଆଇନ ଗତ ନାରା ଓ ପ୍ଲାକାର୍ଡ ଧରି ସାଇକେଲ ପରିକ୍ରମା ଓ ପଦଯାତ୍ରା ସମୟରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri