ପୌର ପରିଷଦରେ ଦୁର୍ନୀତି ଅଭିଯୋଗ ଭାଜପା ପକ୍ଷରୁ କାର୍ଯ୍ୟାଳୟ ଘେରାଉ


ସେମିଳିଗୁଡା/ସୁନାବେଡା, ୮।୧୧(ସ୍ବ.ପ୍ର.)-କୋରାପୁଟ ଜିଲା ସୁନାବେଡା ପୌର ପରିଷଦକୁ ଭାଜପା ସୁନାବେଡା ମଣ୍ଡଳ ପକ୍ଷରୁ ବୁଧବାର ଘେରାଉ କରାଯାଇଥିଲା। ବିଭିନ୍ନ କାର୍ଯ୍ୟରେ ହୋଇଥିବା ଦୁର୍ନୀତି ପ୍ରତିବାଦରେ ଏହି ପଦକ୍ଷେପ ନିଆଯାଇଥିଲା। ସୁନାବେଡା ଅଞ୍ଚଳର ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । କୌଣସି ନାଳନର୍ଦ୍ଦମା ସଫେଇ କରାଯାଉନାହିଁ । ବ୍ଲିଚିଂ ପାଉଡର ଓ ମଶା ତେଲ ପଡୁନି। ସମସ୍ତ ନାଳଗୁଡିକ ଆର୍ବଜନାରେ ପୋତି ହୋଇରହିଛି। ସିସି ରୋଡଗୁଡିକ ଖାଲଖମାରେ ଭରିଗଲାଣି। ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଏଗୁଡିକ ଭାଙ୍ଗିରୁଜି ଗଲାଣି। ପୌରାଞ୍ଚଳରେ ପାନୀୟଜଳ ଅବ୍ୟବସ୍ଥା ଲାଗିରହିଛି। ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା ହୋଇଛି । ଏନେଇ ରହିଥିବା ନିୟମକୁ ଉଲ୍ଲଂଘନ କରାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଭାଜପା ଦାବି କରିଛି। ପାଇଖାନା ନିର୍ମାଣ ଏବଂ ଅନ୍ୟାନ୍ୟ ସଫେଇ କାର୍ଯ୍ୟରେ ଅନିୟମିତତା ହୋଇଛି । ବିଗତ ୩ବର୍ଷ ମଧ୍ୟରେ ପୌର ପରିଷଦର ଅନେକ ଉନ୍ନୟନମୂଳକ କାର୍ଯ୍ୟ ବିନା ଟେଣ୍ଡରରେ କରାଯାଇଛି । ଜନଗହଳିପୂର୍ଣ୍ଣ ତଥା ମେଡିକାଲ ନିକଟରେ ଥିବା ବିଦେଶୀ ମଦ ଦୋକାନ ଓ ବସ୍ତିରେ ଥିବା ଦେଶୀମଦ ଦୋକାନକୁ ସ୍ଥାନାନ୍ତର କରିବା, ସୁନାବେଡା ପୌରାଞ୍ଚଳରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ଜନସାଧାରଣଙ୍କୁ ଘରଡିହ ପଟ୍ଟା ଓ ବାସଗୃହ ଯୋଗାଇ ଦେବା ପାଇଁ ଭାଜପା ଦାବି କରିଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟରାମ ଗରଡା, ସୁମନ୍ତ ପ୍ରଧାନ, ପୂର୍ବତନ ଏମପି ଜୟରାମ ପାଙ୍ଗୀ, ଜିଲା ସଭାପତି ବିଜୟ ମିଶ୍ର, କୋରାପୁଟ ଜିଲା ଉପସଭାପତି ଦେବେନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ଭଗବାନ ପେଟିଆ, ସୁନାବେଡା ମଣ୍ଡଳ ସଭାପତି ତ୍ରିନାଥ ପଲେଇଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri