ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ


ନବରଙ୍ଗପୁର,୮।୧୧(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଗୁପ୍ତ ପ୍ରସାଦ ରଥ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚନ୍ଦାହାଣ୍‌ଡତ ବ୍ଲକ୍‌ ଜମାଦାରପଡା ସ୍କୁଲର ଶିକ୍ଷକ ଗଣେଶ୍ୱର ନାୟକଙ୍କ ନିଲମ୍ବିତ ଅବସରରେ ବକେୟା ଦରମା ବିଲ କରାଇଦେବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗରେ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ଚନ୍ଦାହାଣ୍ଡି ବ୍ଲକ୍‌ ଜମାଦାରପଡା ସ୍କୁଲର ଶିକ୍ଷକ ଗଣେଶ୍ୱର ନାୟକ ୨୦୧୩ରୁ ନିଲମ୍ବିତ ହେବା ପରେ ୨ମାସ ୯ଦିନର ଦରମା ଏବଂ ଅନ୍ୟାନ୍ୟ କାଗଜପତ୍ର ପାଇଁ ସେ କୋର୍ଟର ଆଶ୍ର୍ରୟ ନେଇଥିଲେ। କୋର୍ଟର ନିର୍ଦ୍ଦେଶ ନାମା ଅନୁଯାୟୀ ଜିଲା ଶିକ୍ଷାଧିକାରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବା ପରେ ଶିକ୍ଷକ ତାଙ୍କ ପ୍ରାପ୍ୟ ପାଇଥାନ୍ତେ। ତେବେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଏହି ସବୁ କାଗଜପତ୍ର କରିବା ପାଇଁ ୧୦ହଜାର ଟଙ୍କା ଦାବି କରିବା ସହ ଦିନ ଗଡାଇ ଚାଲିଥିଲେ। ବୁଧବାର ଶିକ୍ଷକ ନାୟକ ୧୦ହଜାର ଟଙ୍କା ପରିବର୍ତ୍ତେ ୫ହଜାର ଟଙ୍କା ମୁଖ୍ୟ କିରାଣୀ ରଥଙ୍କୁ ଲାଞ୍ଚ ଦେଇଥିଲେ। ଉକ୍ତ ଲାଞ୍ଚ ଟଙ୍କା କିରାଣୀ ଜଣଙ୍କ ଅଫିସ୍‌ ଆଲମାରୀରେ ରଖିଥିଲେ। ଏହାପରେ ଭିଜିଲାନ୍ସ ଚଢାଉ କରି ଆଲ୍‌ମିରାରୁ ୫ହଜାର ଟଙ୍କା ଜବତ କରିବା ସହିତ କିରାଣୀ ରଥଙ୍କୁ ଅଟକ ରଖିଛି। ଏହି ଚଢାଉରେ ଜୟପୁରର ଭିଜିଲାନ୍ସ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, ରାୟଗଡା ଇନ୍ସପେକ୍ଟର ସୁଶାନ୍ତ କୁମାର ବିଶ୍ୱାଳ, ମାଲକାନଗିରି ଇନ୍ସପେକ୍ଟର ଶରତ ଚନ୍ଦ୍ର ସାହୁ ଓ ଅନ୍ୟ କର୍ମଚାରୀ ଏଥିରେ ସାମିଲ ଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri