ବିଭିନ୍ନ ସମସ୍ୟା ନେଇ ପରଜା ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


ମାଲକାନଗିର,୮।୧୧(ଡି.ଏନ୍‌.ଏ)- ମାଲକାନଗିରି ଜିଲା ଆଦିବାସୀ ପରଜା ସମାଜ ବିକାଶ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ସମାଜ ତରଫରୁ ସ୍ଥାନୀୟ ମହେଶ୍ୱରୀ ଭବନ ପରିସରରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ପରିଷଦର ସଭାପତି ଘେନୁ ମୁଦୁଲି କହିଥିଲେ ଯେ, ଅବିଭକ୍ତ କୋରାପୁଟ ଜିଲାରେ ବସବାସ କରୁଥିବା ଆଦିବାସୀ ପରଜା ସମାଜ ଦେଶ ସ୍ବାଧିନ ହେବାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଉନ୍ନତୀ ହୋଇପାରୁନାହିଁ। ବର୍ତ୍ତମାନ ସାର, ବିହନ, କୀଟନାଶକ, ଶ୍ରମିକ ମଜୁରୀର ମୁଲ୍ୟ ଅହେତୁକ ବୃଦ୍ଧିପାଇଥିଲା ବେଳେ ସରକାର ଧାର୍ଯ୍ୟ କରିଥିବା ଧାନ ଦର ୧୫୫୦ଟଙ୍କାରୁ ୩୦୦୦ଟଙ୍କା ବୃଦ୍ଧି କରିବାକୁ ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦିଆଯାଇଥିବା ପତ୍ରରେ, ଜିଲାରେ କୋୟା, ବଣ୍ଡା ,ଡିଡାଇ ,ପରଜା ଭଳି ୧୪ଟି ସମ୍ପ୍ରଦାୟର ଜନଜାତି ବସବାସ କରୁଛନ୍ତି। ଦେଶ ସ୍ବାଧିନ ହେବା ଠାରୁ ଏହି ଜିଲାର ଏମ୍‌ପି, ୨ଜଣ ବିଧାୟକ ୭ଟି ବ୍ଲକର ଅଧ୍ୟକ୍ଷ ୧୦୮ଗୋଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଶତକଡ଼ା ୯୫ଭାଗ ଅନୁସୂଚିତ ଜାତି ଜନଜାତି ବର୍ଗର ଜନପ୍ରତିନିଧି ହୋଇଥିଲେ ମଧ୍ୟ ମାଲକାନଗିରି ଜିଲାରେ ପୁରୁଷ ପୁରୁଷ ଧରି ଆଦିବାସୀଙ୍କ ବିକାଶ ହୋଇପାରୁନାହିଁ ବୋଲି ଉଲ୍ଲେଖ ଅଛି। ମାଲକାନଗିରି ଜିଲା ପାଇଁ ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଜଣେ ପରଜା ସମ୍ପଦାୟର ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଖବରଦାତା ସମ୍ମିଳନୀରେ ପରିଷଦର ସମ୍ପାଦକ ଶ୍ରୀନିବାସ ମୁଦୁଲି ,ଉପସଭାପତି ଘାସିରାମ ମୁଦୁଲି, ସହ ସମ୍ପାଦକ ନାରାୟଣ ଖରା, କାର୍ଯ୍ୟକାରୀ ସଦସ୍ୟ ସନୁ ଗୋଲରୀ , ବଳରାମ ହନ୍ତାଳ, ସମରା ପେଦା, ମଙ୍ଗରାଜ ଶିଶାଙ୍କ ସହ ୧୦୦ରୁ ଊର୍ଦ୍ଧ୍ୱ ପରଜା ସମ୍ପ୍ରଦାୟର ଲୋକ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri