ରାସ୍ତାକାମ ସରିନି, ପିଚୁ ଉଠିଲାଣି


କାଲିମେଳା,୮।୧୧(ଡି.ଏନ୍‌.ଏ.)-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ମାଲକାନଗିରି-ମୋଟୁ ମଧ୍ୟରେ ନିର୍ମାଣ କରାଯାଉଥିବା ରାସ୍ତା ନିମ୍ନମାନର ଅଭିଯୋଗ ହୋଇଛି । ମାତ୍ର ୧୩୦୦ ମିଟର ରାସ୍ତା ନିର୍ମାଣ ପାଇଁ ଧାର୍ଯ୍ୟ ସମୟସୀମା ଅତିକ୍ରମ ହୋଇଥିଲେ ମଧ୍ୟ ରାସ୍ତା ସରିନାହିଁ। ତେଣୁ ନିର୍ମାଣ କାମରେ ଅନିୟମିତତା ଅଭିଯୋଗ କରି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି। ଏମ୍‌ଭି-୬୩ ଓ ପୁଲିମେଟଲା ମଧ୍ୟସ୍ଥ ରାସ୍ତା ଉପରେ ଏମ୍‌ଭି-୬୩, ପୁଲିମେଟଲା, ବେରାଗୁଡା, ଲଛମନଗୁଡ଼ା, କସଲପଡ଼ା, ଏମ୍‌ପିଭି-୧୭, ଡୁଡୁମେଟଲା, ଏମ୍‌ପିଭି-୧୨ ଗ୍ରାମ ଓ ଗୁମୁକା, ମାନ୍ଦାପାଲ୍ଲୀ ପଞ୍ଚାୟତର ପ୍ରାୟ ୧୦ ହଜାର ବାସିନ୍ଦା ନିର୍ଭର କରନ୍ତି। ଏମ୍‌ଭି-୬୩ରୁ ପୁଲିମେଟଲା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୧୩ ଶହ ମିଟର ରାସ୍ତା ତିଆରି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଟେଣ୍ଡର କରାଯାଇଥିଲା। ଠିକାଦାର ଟେଣ୍ଡର ପାଇବା ପରେ ଡିସେମ୍ବର ୨୦୧୨ରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। କାର୍ଯ୍ୟର ଶେଷ ହେବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ସେପ୍ଟେମ୍ବର ୨୦୧୭ ରହିଥିଲା । କିନ୍ତୁ ଧାର୍ଯ୍ୟ ସମୟ ଏହା ଭିତରେ ସରିଯାଇଥିଲେ ମଧ୍ୟ ରାସ୍ତାକାମ ସରିନାହିଁ। ଅନ୍ୟପକ୍ଷରେ ଯେତିକି ରାସ୍ତାକାମ ସରିଛି, ସେଥିରୁ ପିଚୁ ଉଠିବାକୁ ଲାଗିଲାଣି। ଉକ୍ତ ରାସ୍ତାରେ ୬୩୫ ଟ୍ରକ ମାଟି ପଡିବା କଥା; କିନ୍ତୁ କମ୍‌ ମାଟି ପକାଇ ରାସ୍ତା ନିର୍ମାଣ କରାଯାଇଛି ା ମେଟାଲ ଓ ମୋରମ ମଧ୍ୟ ଆବଶ୍ୟକ ଅନୁସାରେ ବ୍ୟବହାର କରାଯାଇନାହିଁ। ପିଚୁ କରିବା ସମୟରେ ଥିକନେସ ୧ ଇଞ୍ଚରୁ ଅଧିକ ରହିବା ସହ ଝାଡୁ ମାରି ପିଚୁ କରିବା କଥା, ତାହା ଏଠାରେ ହୋଇନାହଁି । ଯାହାଦ୍ୱାରା ରାସ୍ତାରୁ ପିଚୁ ଉଠିଯାଇ ଖାଲ ସୃଷ୍ଟି ହୋଇଛି । ଉଲ୍ଲେଖନୀୟ କଥା ହେଉଛି ରାସ୍ତାକାମର ସୂଚନା ଫଳକରେ ଅଟକଳ ମୂଲ୍ୟକୁ ଚତୁରତାର ସହ ଧଳା ଚୁନ ମାରି ଲିଭାଇ ଦିଆଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର ହାରାଧନ ମାଲାକାର, ପ୍ରଶାନ୍ତ ଚକ୍ରବର୍ତ୍ତୀ, ଅମର ଚନ୍ଦ୍ର ସରକାର, କଇଟପ ଚକ୍ରବର୍ତ୍ତୀ, ଜିଲା ପରିଷଦ ଜୋନ-୩ର ସଭ୍ୟ ପ୍ରମିଳା ଦାସ ନିମ୍ନମାନର ରାସ୍ତାକାମ ନେଇ ଅଭିଯୋଗ ଆଣିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ କାର୍ତ୍ତିକ ଚନ୍ଦ୍ର ନାୟକଙ୍କୁ ରାସ୍ତାକାମ ବିଷୟରେ ପଚାରିବାରୁ ସେ କହିଥିଲେ ଯେ ରାସ୍ତାର ମେଟାଲିଂ ଠିକ୍‌ ରହିଛି । ପିଚୁ ପକାଇବା ସମୟରେ ଯଦି କିଛି ବ୍ୟତିକ୍ରମ ଥାଏ, ତେବେ ଘଟଣାସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟ ଉଚିତ ଭାବେ କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବି। ଏଥିରେ ବ୍ୟତିକ୍ରମ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri