ଏନ୍‌କାଉଣ୍ଟରରେ ୬ ମାଓବାଦୀ ମୃତ, ଅସ୍ତ୍ରଶସ୍ତ୍ର ଜବତ


ମାଲକାନଗିରି, ୭।୧୧ (ସ୍ବ.ପ୍ର.): ସୀମାନ୍ତ ଛତିଶଗଡ ରାଜ୍ୟର ନାରାୟଣପୁର ଜିଲାରେ ମଙ୍ଗଳବାର ପୃଥକ ସ୍ଥାନରେ ପୋଲିସ ଏନ୍‌କାଉଣ୍ଟରରେ ୬ଜଣ ମାଓବାଦୀ ନିହତ ହୋଇଛନ୍ତି। ଓରକ୍ଷାଠାରେ ସକାଳେ ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଅପରାହ୍ନରେ ଆକାବେଡା ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୫ ମାଓବାଦୀ ପ୍ରାଣ ହରାଇଛନ୍ତି। ପୋଲିସ ଘଟଣାସ୍ଥଳରୁ ମାଓବାଦୀଙ୍କ ମୃତଦେହ ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏ ସମ୍ବନ୍ଧରେ ଆଇଜି ବିବେକାନନ୍ଦ ସିହ୍ନା କହିଛନ୍ତି ଯେ, ଆବୁଝାମାଡ଼ଠାରୁ ୧୫କିଲୋମିଟର ଦୂର ଆମଦି ଘାଟି ନିକଟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ସର୍ଚ୍ଚ ଅପରେଶନ ସମୟରେ ଘଟଣାସ୍ଥଳରୁ ୫ ମାଓବାଦୀଙ୍କ ମୃତଦେହ ମିଳିଥିଲା। ଏଥିସହ ଗୋଟିଏ ଥ୍ରି ନଟ୍‌ ଥ୍ରି ବନ୍ଧୁକ, ପିସ୍ତଲ, ୩୧୫ ରାଇଫଲ ସମେତ ଅନ୍ୟ ୯ଟି ହତିଆର ଏବଂ ମାଓବାଦୀମାନେ ବ୍ୟବହାର କରୁଥିବା ଆସବାବପତ୍ର ଜବତ କରାଯାଇଛି। ସକାଳେ ମଧ୍ୟ ଓରକ୍ଷା ଇଲାକାର ଝାରାଘାଟି ଜଙ୍ଗଲରେ ସୁରକ୍ଷା ବଳ ଓ ପୋଲିସର ମିଳିତ ଏନ୍‌କାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ। ତାଙ୍କଠାରୁ ଏକ ଏସାସ୍‌ ରାଇଫଲ ଜବତ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri