ଚିକିତ୍ସା ପାଇଁ ଅର୍ଥ ବାଧକ


ତେନ୍ତୁଳିଖୁଣ୍ଟି,୫।୧୧(ଡି.ଏନ.ଏ.)-ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଗ୍ରାମପଞ୍ଚାୟତର ଉମୁରୀ ଗ୍ରାମର ମକରନ୍ଦ ହରିଜନଙ୍କ ବ୍ରେନରେ ଶିର ଛିଣ୍ଡି ଯାଇଥିବାରୁ ବିଶାଖାପାଟଣାର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ପରିବାର ଲୋକ ଯୋଗାଡ କରି ପାରୁ ନାହାନ୍ତି। ଅକ୍ଟୋବର ୩୦ ତାରିଖରେ ମକରନ୍ଦ ନବରଙ୍ଗପୁର ଜିଲା ଚିକିତ୍ସାଳୟରେ ଚିକିତ୍ସା ପାଇଁ ଆଡମିଟ ହୋଇଥିଲେ । ନବରଙ୍ଗପୁର ଜିଲା ଚିକିତ୍ସାଳୟର ଡାକ୍ତର ତାଙ୍କୁ କୋରାପୁଟ ଜିଲା ଚିକିତ୍ସାଳୟକୁ ରେଫର କରି ଥିଲେ ।ସେଠାରେ ତାଙ୍କୁ ବିଶାଖାପାଟଣା ରେଫର କରିଥିଲେ । ବିଶାଖାପାଟଣାର ଏକ ଘରୋଇ ଚିକିତ୍ସାଳୟରେ ନ୍ୟୁରୋଲୋଜି ଡାକ୍ତର ବି.ଆର. ଜଗନ୍ନାଥ ସମସ୍ତ ପରୀକ୍ଷା କରିବା ପରେ ବ୍ରେନ୍‌ରେ ଗୋଟିଏ ଶିର ଛିଣ୍ଡିଛି ଚିକିତ୍ସା ପାଇଁ ଦିନକୁ ୩୦ ହଜାର ଟଙ୍କା ଆବଶ୍ୟକ। ପ୍ରାୟ୨ରୁ ୩ଲକ୍ଷ ଟଙ୍କା ଖର୍ଚ୍ଚ ହେବା ସମ୍ଭାବନା ରହିଛି ବୋଲି ଡାକ୍ତର କହିଥିଲେ। ମକରନ୍ଦ ଏବଂ ତାଙ୍କ ସ୍ତ୍ରୀ ତିଳୋତ୍ତମା ନବରଙ୍ଗପୁର ବସ୍‌ଷ୍ଟାଣ୍ଡରେ ପନିପରିବା ବିକ୍ରକରି ଗୁଜୁରାଣ ମେଣ୍ଟାଉଛନ୍ତି । ଏତେ ଟଙ୍କା କେଉଁଠି ଯୋଗାଡ କରିବେ ସେହି ଚିନ୍ତା ତିଲୋତ୍ତମାଙ୍କୁ ଘାରିଛି। କୌଣସି ସ୍ବେଚ୍ଛାସେବୀ ସଙ୍ଗଠନ କିମ୍ବା ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri