ଚାଷଜମି ବୁଲି ଦେଖିଲେ ବିଧାୟକ


କୋଟପାଡ଼,୫।୧୧(ଡି.ଏନ୍‌.ଏ.)କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ଚଳିତବର୍ଷ ଧାନ ଚାଷ ଭଲ ହୋଇଥିବା ବେଳେ ଅମଳ ହେବା ସମୟରେ ଚାଷଜମିରେ ବ୍ୟାପକ ଗୁଣ୍ଡି ପୋକ ଲାଗିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଲେଣି । ଏପରିକି ଏହି ପୋକ ଘଉଡାଇବା ସକାଶେ ଦୋକାନ ରେ ମିଳୁଥିବା ରାସାୟନିକ ଔଷଧ ସିଞ୍ଚନ କଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଚାନ୍ଦିଲି, ମୁର୍ତ୍ତାହାଣ୍ଡି, ଅମଣାହାଣ୍ଡି, ସୁତିପଦର ଅଞ୍ଚଳରେ ବ୍ୟାପକ ପରିମାଣରେ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳୁଛି । ଚାଷୀ ଏକର ପିଛା ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦ରୁ ୨୫ କୁଇଣ୍ଟାଲ ଧାନ ଅମଳ କରିବାକୁ ଆଶା କରିଥିଲା । ମାତ୍ର ଗୁଣ୍ଡିପୋକ ଉପଦ୍ରବ ଯୋଗୁ ବର୍ତ୍ତମାନ ଏକର ପିଛା ୫ କୁଇଣ୍ଟାଲ ଧାନ ବାହାରିବା ନେଇ ସନ୍ଦେହ ପ୍ରକାଶ ପାଇଛି। ସ୍ଥାନୀୟ କୃଷି ଅଧିକାରୀ ଓ ତହସିଲଦାର ମିଳିତ ଭାବେ ଏହାର ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରିବାକୁ ଚାଷୀ ଦାବି କରିଛନ୍ତି ା ଏହା ନ ହେଲେ ଉକ୍ତ ଅଞ୍ଚଳରେ ମଧ୍ୟ ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟିପାରେ ବୋଲି ବିଧାୟକ ଚନ୍ଦ୍ର ଶେଖର ମାଝି କହିଛନ୍ତି ା ରବିବାର ଚାଷୀଙ୍କ ସମସ୍ୟା ନେଇ ସ୍ଥାନୀୟ ବିଧାୟକ ମାଝି, କୋଟପାଡ କୃଷି ଅଧିକାରୀ ସୀତାକାନ୍ତ ରାଉତଙ୍କ ସମେତ କର୍ମଚାରୀମାନେ କ୍ଷତିଗ୍ରସ୍ତ ହୋଇଥିବା ଚାଷଜମି ବୁଲି ଦେଖିଛନ୍ତି ।କେତେ ପରିମାଣରେ ଚାଷ ନଷ୍ଟ ହୋଇଛି ଏସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ଜିଲାପାଳଙ୍କୁ ପ୍ରଦାନ କରାଯିବାକୁ ଆଲୋଚନା ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri